ମାହାଙ୍ଗା, ୧୫ /୧୧/୨୦୨୪ (ଓଡିଶା ସମାଚାର /ଅଭୟ ଜେନା) -ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରା ଓ ସଂସ୍କୃତିକୁ ଉଜ୍ଜୀବିତ କରିବା ପାଇଁ କଲ୍ୟାଣପୁର ଗାଁ’ରେ ଏକ ଉତ୍ସବର ଆୟୋଜନ କରାଯାଇଥିଲା ।
ହରିଗୋସ୍ୱାମୀ ସାଂସ୍କୃତିକ ସଂସଦ ଓ ପାଠାଗାର ପକ୍ଷରୁ ଅନୁଷ୍ଠିତ ଏହି ଉତ୍ସବରେ ସଂସଦ ସଭାପତି ସୁଧିର କୁମାର ମହାନ୍ତି ଅଧ୍ୟକ୍ଷତା କରିଥିଲେ । ଗ୍ରାମର କିଶୋରୀ ଏବଂ ଯୁବତୀ ମାନଙ୍କ ମଧ୍ୟରେ ଝୋଟି ପ୍ରତିଯୋଗୀତା ଆୟୋଜିତ ହୋଇଥିଲା । ପୁରସ୍କାର ବିତରଣ ଉତ୍ସବରେ କୁହୁଣ୍ଡା ପଞ୍ଚାୟତ ସମିତିସଭ୍ୟାଙ୍କ ପ୍ରତିନିଧି ବରିଷ୍ଠ ସାମ୍ବାଦିକ ଅଖିଳେଶ ପଦ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍କଳୀୟ ସଂସ୍କୃତି ଓ ନୌବାଣିଜ୍ୟ ପରମ୍ପରା ଉପରେ ଆଲୋକପାତ କରିଥିଲେ ।
ସମ୍ମାନୀତ ଅତିଥିଭାବେ ନବକିଶୋର ବେହେରା ଏବଂ ବିଶ୍ୱରଂଜନ ମହାନ୍ତି ଯୋଗଦେଇଥିଲେ । ଝୋଟି ପ୍ରତିଯୋଗୀତାରେ ମୋନାଲିସା ଦାସ ପ୍ରଥମ, ପ୍ରିୟଙ୍କା ସାମଲ ଦ୍ୱିତୀୟ ଏବଂ ବର୍ଷାରାଣୀ ବଳ ତୃତୀୟ ସ୍ଥାନ ଅଧିକାର କରିଥିବାରୁ,ସେମାନଙ୍କୁ ନଗଦ ଅର୍ଥରାଶି ଓ ବିଭିନ୍ନ ଉପଢୌକନ ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ସୂର୍ଯ୍ୟସ୍ମିତା ମହାନ୍ତି, ରଶ୍ମିତା ବରାଳ, ନିବେଦିତା ସାମଲ,ଶୁଭଲକ୍ଷ୍ମୀ ପୃଷ୍ଟି, ମୋନାଲିସା ମହାନ୍ତି,ବର୍ଷା ମହାନ୍ତି, ମନୀଷା ମହାନ୍ତି,ସୁଇଟି ଏବଂ ନନ୍ଦିନୀ ପ୍ରମୁଖ ୧୫ ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀଙ୍କୁ ସାନ୍ତ୍ୱନା ମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଶୁଭ୍ରାଂଶୁ ମହାନ୍ତି, ବିଭୂତି ମହାନ୍ତି, ହିମାଂଶୁ ପରିଡା, ସୌମ୍ୟ ରଞ୍ଜନ ସ୍ୱାଇଁ,ସୌମ୍ୟ ରଞ୍ଜନ ସାମଲ,ସୌମ୍ୟ ରଞ୍ଜନ ମହାନ୍ତି, ହରେକୃଷ୍ଣ ମହାନ୍ତି, ତପନ ମହାନ୍ତି,ପ୍ରିୟାଂଶୁ ମହାନ୍ତି, ଅଭିଷେକ ମହାନ୍ତି,ସଚିତ୍ର ମହାନ୍ତି,ବିଶ୍ୱଜିତ ମହାନ୍ତି, ସତ୍ୟଜିତ ସାମଲ,ବିଚିତ୍ର ମହାନ୍ତି,ଆୟୁଷ ମହାନ୍ତି, ମନିଷ ପଣ୍ଡା, ପ୍ରକାଶ ଖୁଣ୍ଟିଆ,ନୀତିଶ ସାମଲ ପ୍ରମୁଖ ପରିଚାଳନା କରିଥିଲେ ।
କଲ୍ୟାଣପୁରରେ ଝୋଟି ପ୍ରତିଯୋଗୀତା ଓ ପୁରସ୍କାର ବିତରଣ ଉତ୍ସବ
