ଭୁବନେଶ୍ୱର,୨୪/୧୨/୨୦୨୫(ଓଡ଼ିଶା ସମାଚାର)-ଗୁରୁଜୀ ଡ଼ଃ ଚନ୍ଦ୍ରଭାନୁ ଶତପଥୀଙ୍କ ୮୦ ତମ ଜନ୍ମଦିନ ଅବସରରେ ମାନସିକ ଭିନ୍ନକ୍ଷମ ଛାତ୍ରଛାତ୍ରୀ ଙ୍କ ଅନୁଷ୍ଠାନ ” ଚେତନା ” ପରିସରରେ ବସନ୍ତପୁର ଶ୍ରୀ ଶ୍ରୀ ଶିରିଡି ସାଇ ଟ୍ରଷ୍ଟ ପକ୍ଷରୁ ଗୁରୁଜୀଙ୍କ ଜନ୍ମଦିନ ପାଳିତ ହୋଇଯାଇଛି ।
ଏହି ଅବସରରେ ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ମୁନା ଖାଁ ଏବଂ ରାଜ୍ୟ ବିଜେପି ଉପ ସଭାପତି ଶ୍ରୀଯୁକ୍ତ ଗୋଲକ ମହାପାତ୍ର ମହୋଦୟ ଉପସ୍ଥିତ ରହି, କେକ କାଟି ପିଲାମାନଙ୍କୁ ଗୀତ ନାଚ ମାଧ୍ୟମରେ ଉତ୍ସାହିତ କରିବା ସହିତ କେକ କାଟିଥିଲେ,ଚକୋଲେଟ ଓ ମିଠା ବିତରଣ କରିଥିଲେ । ପିଲାମାନଙ୍କ ପାଇଁ ମଧ୍ୟାନ୍ନ ଭୋଜନ ମଧ୍ୟ ପ୍ରଦାନ କରାଯାଇଥିଲା ।
ଅନୁଷ୍ଠାନର ପରିଚାଳନା ଟ୍ରଷ୍ଟି ଡ଼ଃ ରୁଦ୍ର ମହାନ୍ତିଙ୍କ ପରିଚାଳନାରେ ଅନୁଷ୍ଠିତ ଉତ୍ସବରେ ଅନୁଷ୍ଠାନର ସମ୍ପାଦକ ଶ୍ରୀ ସୁବ୍ରତ ମହାନ୍ତି, ସଂଗୀତ ଶିକ୍ଷକ ଶ୍ରୀ ଅମିତାଭ ସାହୁ,ବିଶିଷ୍ଟ ଚିତ୍ରଶିଳ୍ପୀ ସତ୍ୟ ଶେଖର ପରିଡା, ଆଡ଼ଭୋକେଟ ଟୁନା ସାହୁ, ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁନନ୍ଦା ପରିଡା, ଗୀତିକାର ଜ୍ଞାନ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
