କଟକ ସଦର ,୧୦/୦୯/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଜମି ଅଧିକାର ମାମଲାର ତ୍ଵରିତ ସମାଧାନ ସହିତ ବସୁନ୍ଧରା ଯୋଜନା ଅନ୍ତର୍ଗତ ଭୂମିହୀନ ପରିବାରକୁ ଜମି ପଟ୍ଟା ବଣ୍ଟନ, ଶିକ୍ଷାନୁଷ୍ଠାନ ଗୁଡିକର ଜମିର ନିୟମିତ କରଣ, ଜଙ୍ଗଲ ଅଧିକାର ଆଇନ ରେ ପ୍ରଦାନ କରାଯାଇଥିବା ପଟ୍ଟା ବଣ୍ଟନ,ସିକିମ ଓ ଵେଵନ୍ଦୋଵସ୍ତ ଜମିର ସରଳିକରଣ ସହିତ ବିଶେଷ କରି ଗୋଚର ଜମିରେ ରହୁଥିବା ଲୋକଙ୍କୁ ଥଇଥାନ ର ସୁବିଧା ଯୋଗାଇଦେବା ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଗୁରୁତ୍ୱାରୋପ କରିଛନ୍ତି।
କଟକ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେଵ୍ ସିନ୍ଧେ ଙ୍କ ସଭାପତିତ୍ବରେ ଆୟୋଜିତ ରାଜସ୍ୱ ଓ ଭୂ-ଅର୍ଜନ ସମ୍ବନ୍ଧୀୟ ଏକ ସମୀକ୍ଷା ବୈଠକ ରେ ରାଜସ୍ବ ମନ୍ତ୍ରୀ ଯୋଗ ଦେଇ ବିଭିନ୍ନ ସରକାରୀ ଅନୁଷ୍ଠାନ, ପ୍ରତିଷ୍ଠାନ ଗୁଡ଼ିକ ର ଅବ୍ୟବହୃତ ଜମିକୁ ବିଭିନ୍ନ ଉନ୍ନୟନ ଯୋଜନା ନିମନ୍ତେ ସରକାରୀ ଖାତାକୁ ଆଣି ପ୍ରଦାନ କରିବା, ବିଭିନ୍ନ ପଡା ଗ୍ରାମକୁ ଆବଶ୍ୟକତା ଅନୁଯାୟୀ ରାଜସ୍ୱ ଗ୍ରାମର ମାନ୍ୟତା ଦେବା ଆଦି ଉପରେ ଗୁରୁତ୍ୱ।ରୋପ କରିଥିଲେ।
ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଡ଼ଃ ଦିବ୍ୟ ଲୋଚନ ମହାନ୍ତ, ଅତିରିକ୍ତ ଜିଲ୍ଲାପାଳ ଶିଵ ଟପ୍ପୋ,କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, ବାଙ୍କି ବିଧାୟକ ଦେଵୀ ରଞ୍ଜନ ତ୍ରିପାଠୀ,ଚୈ।ଦ୍ୱ।ର-କଟକ ବିଧାୟକ ସୈ।ଭିକ ବିଶ୍ୱାଳ, ନିଆଳି ବିଧାୟକ ଛଵି ମଲ୍ଲିକ, ବଡ଼ମ୍ବା ବିଧାୟକ ବିଜୟ ଦଳବେହେରା, ମାହାଙ୍ଗା ବିଧାୟକ ଶାରଦା ପ୍ରଧାନ ଙ୍କ ସମେତ ସମସ୍ତ ଉପଜିଲ୍ଲାପାଳ ଓ ତହସିଲଦାର ମାନେ ଯୋଗ ଦେଇଥିଲେ।
