ପରିବେଶ ସୁରକ୍ଷା ଓ ସଚେତନତାରେ ଗଛ ମଣିଷ

କେନ୍ଦ୍ରାପଡ଼ା,୧୬/୧୦/୨୦୨୫(ଓଡ଼ିଶା ସମାଚାର)- ମୁଁହରେ ଧଳା ଓ ସବୁଜ ରଙ୍ଗ । ଶରୀରରେ ବିଭିନ୍ନ ଗଛଲତା ଓ ଜୀବଜନ୍ତୁ ତଥା ସରୀସୃପ ଘେରା ଓ ହାତରେ ଜାତୀୟ ପତାକା । ପରିବେଶ ବଂଚିଲେ ପୃଥିବୀ ବଂଚିିବାର ବାର୍ତା ନେଇ ସୁଦୂର ଅନୁଗୁଳରୁ ବାହାରି ପଲ୍ଲୀ ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ପରିବେଶ ସଚେତନତାର ବାର୍ତା ବାଂଟୁଛନ୍ତି ସେ । ସ୍ଥାନୀୟ ଅଂଚଳର ପରିବେଶ ସମ୍ପର୍କିତ ସମସ୍ୟାର ସମାଧାନ ନିମନ୍ତେ ସଦା ଚେଷ୍ଟିତ ଗଛ ମଣିଷ ଭାବେ ପରିଚିତ କିନ୍ନର ଚିନ୍ମୟୀ ଦାସ ।

ଏହି ପରିପ୍ରେକ୍ଷୀରେ ମୁଖ୍ୟତଃ କେନ୍ଦ୍ରାପଡ଼ାର ଜୀବନ ରେଖା ବୋଲାଉଥିବା ଗୋବରୀ ନଦୀର ପୁନଃରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ, କଟକ ଚାନ୍ଦବାଲି ରାଜ୍ୟରାଜପଥରେ ବୃକ୍ଷରୋପଣ ଏବଂ ସମୁଦ୍ର ଉପକୂଳ ଅଂଚଳରେ ଝାଉଁ ଗଛ ରୋପଣ ବିଷୟରେ ଆଲୋଚନା କରିବା ସହ ଜିଲାପାଳ ରଘୁରାମ ଆର.ଆୟାରଙ୍କୁ ଏକ ଦାବିପତ୍ର ପ୍ରଦାନ କରି ଜିଲାର ସମସ୍ତ ବ୍ୟସ୍ତବହୁଳ ସ୍ଥାନ ମାନଙ୍କରେ ଗଛବେଶ ଧାରଣ କରି ଜନସାଧାରଣଙ୍କୁ ପରିବେଶ ସୁରକ୍ଷା ଉପରେ ସଚେତନ କରାଇଛନ୍ତି ସେ । ଚିନ୍ମୟୀଙ୍କ ସହ କେନ୍ଦ୍ରାପଡ଼ାର ଯୁବ ସମାଜସେବୀ ରାଜେନ୍ଦ୍ର ମହାପାତ୍ର ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିଥିଲେ ।

Leave a Reply

Your email address will not be published. Required fields are marked *