ସାଲେପୁର, ୧୫/୦୫/୨୦୨୫ ( ଓଡିଶା ସମାଚାର / ଅଭୟ ଜେନା )- ସାଲେପୁର ମାଛୁଆତି ସ୍ଥିତ ସାଲେପୁର ପବ୍ଲିକ ସ୍କୁଲ ର ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ରେ ଶତ ପ୍ରତିଶତ ଫଳାଫଳ କରି ବିଦ୍ୟାଳୟ ର ଗୌରବ ବୃଦ୍ଧି କରିଛନ୍ତି । ବିଦ୍ୟାଳୟ ର ଶୁଭମ ସ୍ୱରୂପ ପ୍ରଧାନ ୯୮%, ସୌମ୍ୟ ରଞ୍ଜନ ରାଉତ ୯୭%,ନିର୍ଲିପ୍ତା ପ୍ରିୟଦର୍ଶିନୀ ପ୍ରଧାନ ୯୬.୫%ହାସଲ କରିବ୍ଲକ ରେ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ଅନୁଷ୍ଠାନ ତଥା ଅଞ୍ଚଳ ର ଗୌରବ ବୃଦ୍ଧି କରିଛନ୍ତି ।
ଦଶମ ବୋର୍ଡ ପରୀକ୍ଷା ଦେଇଥିବା ପିଲାମାନଙ୍କ ମଧ୍ୟରେ ୧୭ଜଣ ୯୦%ରୁ ଅଧିକ,୩୫ଜଣ ୮୦ରୁ ୮୯%, ୬ଜଣ ୭୦ରୁ ୭୯% ଅନ୍ୟମାନେ ୬୦ରୁ ୬୯%ଫଳାଫଳ କରି ଗୌରବ ଆଣିଛନ୍ତି । ଦଶମ ବୋର୍ଡ ପରୀକ୍ଷା ରେ ତନୁଶ୍ରୀ ରାଉତ ଓ ସୌମ୍ୟ ରଞ୍ଜନ ରାଉତ ଓଡ଼ିଆ ରେ ଶତପ୍ରତିଶତ ନମ୍ବର ରଖି ଛନ୍ତି ।
ଦ୍ୱାଦଶ ବୋର୍ଡ ପରୀକ୍ଷା ରେ ବିରଞ୍ଚି ନାରାୟଣ ଦାଶ ୯୦%ରୁ ଅଧିକ ରଖି ସର୍ବୋଚ୍ଚ ଫଳାଫଳ କରିଛନ୍ତି । ବିଦ୍ୟାଳୟ ର ଚଳିତ ଫଳାଫଳ ରେ ସନ୍ତୋଷ ପ୍ରକାଶ କରି ବିଦ୍ୟାଳୟ ର ସମ୍ପାଦକ ଦିଲ୍ଲୀପ କୁମାର ବରାଳ ଓ ପରିଚାଳନା ନିର୍ଦ୍ଧେଶିକା ଡ଼. ଜୟନ୍ତୀ ମିଶ୍ର, ଅଧ୍ୟକ୍ଷ ଡ଼. ଅଭିରାମ ସାହୁ ଓ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ କୃତଜ୍ଞତା ଜଣାଇବା ସହ ଛାତ୍ର ଛାତ୍ରୀ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।