ଭୁବନେଶ୍ୱର,୨୫/୭/୨୦୨୪ (ଓଡ଼ିଶା ସମାଚାର)- ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓଡ଼ିଶା ବିଧାନସଭାରରେ ବଜେଟ-୨୦୨୪ ଉପସ୍ଥାପନ କରିଛନ୍ତି। ଚଳିତ ବର୍ଷ ସମୁଦାୟ ୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି। କୃଷି ଓ କୃଷକ ସଶକ୍ତିକରଣ, ଶିକ୍ଷା, ସ୍ବାସ୍ଥ୍ୟ ଭିତ୍ତିଭୂମିର ବିକାଶ, ମହିଳା ସଶକ୍ତିକରଣ, ଜଳସେଚନ, ଗ୍ରାମ୍ଯ ଉନ୍ନୟନ, ସହରାଞ୍ଚଳ ବିକାଶ, ଯୁବ ବର୍ଗଙ୍କ ଦକ୍ଷତା ବିକାଶ, ଅନୂସୁଚିତ ଜାତି ଓ ଜନଜାତି ବର୍ଗଙ୍କ ବିକାଶ ତଥା ସମସ୍ତ ବର୍ଗର ବିକାଶ ନିମନ୍ତେ ଗୁରୁତ୍ଵାରୋପ କରାଯାଇଛି। ଏଥିରେ ମହିଳା ସଶକ୍ତିକରଣ ନିମନ୍ତେ ୧୭,୯୪୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ସୁଭଦ୍ରା ଯୋଜନା ନିମନ୍ତେ ୧୦ ହଜାର କୋଟି ଟଙ୍କା, କୃଷି ଓ କୃଷକ ସଶକ୍ତିକରଣ ତଥା କୃଷି ଆନୁଷଙ୍ଗିକ କ୍ଷେତ୍ର ନିମନ୍ତେ ୩୩, ୯୧୯ କୋଟି ଟଙ୍କା, ଜଳସେଚନ ଓ ବନ୍ୟା ନିୟନ୍ତ୍ରଣ ନିମନ୍ତେ ୧୪,୧୧୧ କୋଟି ଟଙ୍କା, ଗ୍ରାମý ଉନ୍ନୟନ ନିମନ୍ତେ ୩୬,୬୭୩ ଟଙ୍କା ଏବଂ ସହରାଞ୍ଚଳ ବିକାଶ ନିମନ୍ତେ ୯,୬୧୬ ଟଙ୍କାର ବ୍ୟୟବରାଦ କରାଯାଇଛି।
(ଫଟୋ) ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବଜେଟ୍ ଉପସ୍ଥାପନ ପୂର୍ବରୁ ଉପ ବାଚସ୍ପତି ଶ୍ରୀ ଭବାନୀ ଶଙ୍କର ଭୋଇ ଙ୍କୁ ବିଧାନସଭା ପ୍ରକୋଷ୍ଠ ରେ ଭେଟି ୨୦୨୪-୨୫ଆର୍ଥିକ ବର୍ଷ ର ପୂର୍ଣ୍ଣାଙ୍ଗ ବଜେଟ୍ ପ୍ରଦାନ କରୁଛନ୍ତି ।