ଭୁବନେଶ୍ୱର,୧୫/୦୫/୨୦୨୫(ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ୱାକର୍ସ ଇଂଟରନ୍ୟାସନାଲ୍ ଦ୍ୱାରା ଅନୁବନ୍ଧିତ ଫନ ଆଣ୍ଡ ଫିଟନେସ୍ ୱାକର୍ସ କ୍ଲବ ଚଳିତ ବର୍ଷର ସର୍ଭିସ୍ ପ୍ରୋଜେକ୍ଟ ‘ଆର୍ଟ ଅଫ୍ ଗିଭିଙ୍ଗ ଓ ବିଶ୍ୱ ମାତୃ ଦିବସ’ ଏନ୍-୩ ପାର୍କରେ ଅନୁଷ୍ଠିତ ହୋଇଯାଇଛି । କିଟ୍ ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠାତା ଡକ୍ଟର ଅଚୁ୍ୟତ ସାମନ୍ତଙ୍କ ପ୍ରେରଣାରେ ଅନୁ ପ୍ରାଣିତ ହୋଇ ବ୍ୟାପକ ବୃକ୍ଷରୋପଣର ପ୍ରୟାସ ଏବଂ ଅନ୍ୟକୁ କିଛି ସାହାଯ୍ୟ ଓ ସହାନଭୂତିର ବାର୍ତା ଉଦ୍ଧେଶ୍ୟରେ କଳିଙ୍ଗ ଟିଭିର ଡେପୁଟି ଏଡିଟର ସୌମ୍ୟା ପରିଡ଼ାଙ୍କ ସହିତ ଏଫଏଫସି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛି ।
ଏଥିରେ ୱାକର୍ସ ଇଂଟରନ୍ୟାସ୍ନାଲ୍ ଜୋନ ଚେୟ୍ୟାରପର୍ସନ କେଦାର ପଟ୍ଟନାୟକ, ଏଫଏଫସି ର ସଭାପତି ଆଶିଷ ପଟ୍ଟନାୟକ, ବରିଷ୍ଠ ଉପଦେଷ୍ଟା ନିକୁଞ୍ଜ ଛୋଟରାୟ, ପ୍ରେମାନନ୍ଦ ପୃଷ୍ଟି, ଭବାନୀ ପଟ୍ଟ ନାୟକ, ଭାଇସ ପ୍ରେସିଡେଂଟ, ପ୍ରଦୀପ ପଣ୍ଡା, ସହ ସଂପାଦକ ସୌଭାଗ୍ୟ ନାୟକ, କୋଷାଧ୍ୟକ୍ଷ ପ୍ରଦୀପ ରାଉତ, ଜଲି ୱାକର ସୁରେନ୍ଦ୍ର ନାଥ ସେଠୀ, ବୈଷ୍ଣବ ଓଝା, କିଷ୍ଣା ନାୟକ, ମନ୍ଦାକିନି ସାହୁ, ସୁମିତ୍ରା ବେହେରା, ମୋନାଲିସା ମହାନ୍ତି, ସଚ୍ଚିଦାନନ୍ଦ ବେହେରା, ରଚେନ୍ଦ୍ର ମହାପାତ୍ର, ସିଦ୍ଧାର୍ଥ ଚୌଧୁରୀ, ପି.ଆରଓ ଅମିତା ଜେନା, ସଲମାନ ଖାନ, ବାବୁରାମ ସେଠୀ, ସତ୍ୟବ୍ରତ କାଳିଆ, ତପସ୍ୱିନୀ ସାହୁ, ମୁନିରାମ ମୁଣ୍ଡାରି, ଯଶୋଦା ଭଞ୍ଜ, ପ୍ରତାପ ରାଉତରାୟ, କପିଳାସ ସ୍ୱାଇଁ, ପ୍ରଦୀପ ମହାନ୍ତି, ପ୍ରଫୁଲ୍ଲ ଲେଙ୍କା, ପ୍ରଫୁଲ୍ଲ ବେହେରା, ଡ଼ଃ ଗୋବିନ୍ଦ ଦାସ, ଡ଼ଃ ସଶିକାନ୍ତ ମିଶ୍ର ପ୍ରମୁଖ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।
ନିଜ ଆୟର କିଛିକାଂଶ ଅସହାୟ ବ୍ୟକ୍ତିମାନଙ୍କୁ ସାହାଯ୍ୟ ଦେବା, ପକ୍ଷୀ ଓ ପଶୁମାନଙ୍କ ପାଇଁ ଖାଦ୍ୟ ଓ ପାନୀୟ, ପକ୍ଷୀ ମାନଙ୍କ ପାଇଁ କୁତ୍ରିମ ବସା ଓ ମାଙ୍କଡମାନଙ୍କୁ ଫଳ ଯୋଗାଇ ଦିଆଯିବା ହେଉଛି ଆର୍ଟ ଅଫ୍ ଗିଭିଙ୍ଗ୍ । ଯଦ୍ୱାରା ସମାଜରେ ଏକ ବ୍ୟାପକ ଜନସଚେତନତା ସୃଷ୍ଟି କରାଯାଇପାରିବ ବୋଲି କର୍ମକର୍ତା ମତ ପ୍ରକାଶ କରିଛନ୍ତି । ବିଶ୍ୱ ମାତୃଦିବସ ସପ୍ତାହ ପାଳନ ଅବସରରେ ଏଫ୍.ଏଫ୍.ସିର ଅମିତା ଜେନା, ପ୍ରଣତି ଶତପଥୀ, ସଂଯୁକ୍ତା ପଣ୍ଡା, ସୁକୁମାର ପରିଡ଼ା, ଡକ୍ଟର ଗୋବିନ୍ଦ ଦାସ, ଡକ୍ଟର ଶଶିକାନ୍ତ ମିଶ୍ର, ଯୋଗ ପ୍ରଶିକ୍ଷକ ମମତା ମହାପାତ୍ର ପ୍ରମୁଖ ମାତୃଜାତି ଉଦ୍ଧେଶ୍ୟରେ ପ୍ରରେଣାତ୍ମକ ଭାଷଣ ଦେଇଥିଲେ । ସମସ୍ତ ଉପସ୍ଥିତ ମାଆମାନଙ୍କୁ ବୃକ୍ଷ ପ୍ରଦାନ କରାଯାଇ ଆଗାମୀ ଦିନରେ ବ୍ୟାପକ ବୃକ୍ଷରୋପଣ କରାଯିବ ବୋଲି ଏଫଏଫସିର ସଂପାଦକ ସୁଧାକର ଷଡ଼ଙ୍ଗୀଙ୍କ ଠାରୁ ପ୍ରକାଶ ।