ଭୁବନ ୩୧/୦୩/୨୦୨୫ (ଓଡ଼ିଶା ସମାଚାର)-ଭୁବନ ବିନାୟକ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ର ଦ୍ଵାଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟି ସଭାପତି ନନ୍ଦ କିଶୋର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯକ୍ରମ ରେ କାମାକ୍ଷା ନଗର ବିଧାୟକ ଶ୍ରୀଯୁକ୍ତ ଶତ୍ରୁଘ୍ନ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆମ୍ଭର ରାଷ୍ଟ୍ରଭାଷା ହିନ୍ଦୀ ହୋଇଥିଲେ ମଧ୍ୟ ସବୁ କ୍ଷେତ୍ରରେ ଇଂରାଜୀ ର ଆବଶ୍ୟକତା ରହୁଛି ।
ତଥାପି ଇଂରାଜୀ ମାଧ୍ୟମ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ କେବ ବି ନିଜ ମାତୃଭାଷା ଓ ରାଷ୍ଟ୍ରଭାଷା କୁ ଭୁଲିବା ଉଚିତ୍ ନୁହେଁ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବେ ପୂର୍ବତନ ନଗରପାଳ ନରହରି ସାହୁ ଯୋଗ ଦେଇଥିଲେ। ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ବେହେରା ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ସମ୍ପାଦକ ସମୀର କୁମାର ସାହୁ ବିଦ୍ୟାଳୟ ର ସଫଳତା ଓ ଅଭାବ ଅସୁବିଧା ସଂପର୍କରେ ଅତିଥି ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ଅବସରରେ କୃତୀ ବିଦ୍ୟାର୍ଥୀ ମାନଙ୍କୁ ଅତିଥି ଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଶ୍ରୀମତୀ ଶିଳ୍ପା ସିଂ ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସିର୍ଶା ରାଣୀ ବାରିକ ଧନ୍ୟବାଦ୍ ଅର୍ପଣ କରିଥିଲେ।