ଭୁବନେଶ୍ୱର,୧୪/୦୫/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ଥାଇଲାଣ୍ଡର ପଟାୟାଠାରେ ବିଶ୍ୱ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଉଦଯାପିତ ହୋଇଯାଇଅଛି । ଓଡ଼ିଶାର ପିଙ୍କି ବେହେରା ଓ ଜିତେନ୍ଦ୍ର ବାରିକ ବଡିବିଲଡ଼ିଙ୍ଗ୍ ଏବଂ ଫିଟ୍ନେସ୍ ରେ ଦୁଇଜଣ ସ୍ୱର୍ଣ୍ଣ ପଦକ ପାଇବା ସହିତ ଚମ୍ପିଅନ୍ ଅଫ୍ ଚମ୍ପିଅନ୍ ହୋଇଛନ୍ତି ।
ଉଭୟଙ୍କୁ ଭାରତୀୟ ସୁନ୍ଦର ସ୍ୱାସ୍ଥ୍ୟ ସଂଘ ମନୋନୀତ କରିଥିଲା । ପିଙ୍କି ଓ ଜିତେନ୍ଦ୍ର ଓଡ଼ିଶା ଫେରିବା ବେଳେ ସ୍ଥାନୀୟ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର ସମ୍ମୁଖରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।
‘ଅଲ୍ ଓଡ଼ିଶା ବଡିବିଲଡଙ୍ଗ୍ ଏବଂ ଫିଟନେସ୍ ସଂଘର ସଭାପତି ଦାଶରଥି ଗରାବଡ଼ୁ, ଉପସଭାପତି ମାନସ ରଂଜନ ଦାସ, ନିର୍ଦ୍ଧେଶକ ଡକ୍ଟର ବିପିନ୍ ବିହାରୀ ମିଶ୍ର, ସମ୍ପାଦକ ତଥା ଜାତୀୟ ଓ ଏସିଆ ବିଚାରକ ଗୌରୀଶଙ୍କର ବେହେରା, କୋଷାଧ୍ୟକ୍ଷ ଶଶାଙ୍କ ବେହେରା, ସାମ୍ବାଦିକ ଚିତ ମହାପାତ୍ର ଓ ମହିଳା ସଭାପତି ଡ. ବନ୍ଦନା ହରିଚନ୍ଦନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି ଉଭୟଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ ।