ଜିଲ୍ଲା ଟପର ହେଲେ ଅନିକେତ –

 ଡାକ୍ତର ହେବାକୁ ଲକ୍ଷ

ଜୁନାଗଡ଼, ୧୪/୦୫/୨୦୨୫ (ଓଡ଼ିଶା ସମାଚାର /ରାକେଶ ବେମାଲ)-ସିବି୍ଏସଇ ର ଦଶମ ଶ୍ରେଣୀ ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି | ଏଥିରେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଓଡିଶା ଆଦର୍ଶ ବିଦ୍ୟାଳୟ (ଓଏଭି ) ର ଛାତ୍ର ଅନିକେତ ପଣ୍ଡା ଜିଲ୍ଲା ଟପ୍ପର ହୋଇ ସ୍କୁଲ ପାଇଁ ଗୌରବ ଆଣିଛନ୍ତି । ସେ ସର୍ବମୋଟ  ୫୦୦ ରୁ ୪୮୮ ମାର୍କ (୯୭.୬%) ରଖି ଜିଲ୍ଲା ଟପ୍ପର ହୋଇଛନ୍ତି  ।

ସେ ଜୁନାଗଡ଼ ସହର ସ୍ଥିତ ଲକ୍ଷ୍ମୀ ସାଗର ପଡା ର ନରେନ୍ଦ୍ର କୁମାର ପଣ୍ଡା ଓ ଜ୍ୟୋସ୍ନା ମୟୀ ପଣ୍ଡା ଙ୍କ ଏକମାତ୍ର ପୁତ୍ର ଅଟନ୍ତି ।  ଦିନକୁ ମାତ୍ର  ୩ ରୁ ୪ ଘଣ୍ଟା ପରିଶ୍ରମ କରିଥିବା ସେ ଏହି ଶ୍ରେୟ ପାଇଥିବା ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି । ଭବିଷ୍ୟତ ରେ ଜଣେ ଡାକ୍ତର ହେବାକୁ ଅନିକେତ ଲକ୍ଷ ରଖୁଛନ୍ତି  । ଅନିକେତ ଜିଲ୍ଲା ଟପର ହେବା ପରେ ଚାରିଆଡୁ ଶୁଭେଚ୍ଛା ର ସୁଅ ଛୁଟିଛି  ।

Leave a Reply

Your email address will not be published. Required fields are marked *