କଳ୍ପନା ଜଳ୍ପନା ର ଅନ୍ତ,ଧରିଣାରେ ହେବ କଲ୍ୟାଣ ମଣ୍ଡପ

କଟକ ସଦର, ୨୩/୦୩/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ବ୍ଲକ ଅନ୍ତର୍ଗତ ଧରିଣା ପଞ୍ଚାୟତ ଧରିଣା ଠାରେ ନିର୍ମାଣ ହେବାକୁ ଥିବା ଏକ କଲ୍ୟାଣ ମଣ୍ଡପ କୁ ଅନ୍ୟତ୍ର ଉଠାଇ ନେବାକୁ ଦେଖାଦେଇଥିବା ବିବାଦର ଅବସାନ ଘଟିଛି। ପ୍ରକାଶ ଯେ ୨୦୨୦/୨୧ ଆର୍ଥିକ ବର୍ଷର ୫ ମ ଏସଏଫସି ରେ ୧୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ କଲ୍ୟାଣ ମଣ୍ଡପ ନିର୍ମାଣ କରିବାକୁ କଟକ ଡିଆରଡିଏ ରେ ନିଷ୍ପତ୍ତି ନିଆଯାଇ ଵ୍ଲକ କୁ ଜଣାଇ ଦିଆଯାଇଥିଲା।

ତେବେ ଏଵେ ସରକାର ଓ‌ ବିଧାୟକ ବଦଳିବା ପରେ ନିରୁପିତ ସ୍ଥାନ ପରିବର୍ତ୍ତେ ଅନ୍ୟତ୍ର ନିର୍ମାଣ କରିବାକୁ ଉଦ୍ୟମ ଆରମ୍ଭ ହୋଇଥିବା ରୁ ବିବାଦ ଦେଖାଯାଇଥିଲା। ହେଲେ ନିରୁପିତ ସ୍ଥାନ ଧରିଣା ଠାରେ କଲ୍ୟାଣ ମଣ୍ଡପ ନିର୍ମାଣ କରାଯିବ ଏଵଂ ତାହା ବିଜେପିର‌ ତତ୍ତ୍ୱାବଧାନରେ ହେବ ବୋଲି କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ସ୍ପଷ୍ଟ କରିବା ପରେ କଳ୍ପନା ଜଳ୍ପନା ର ଅନ୍ତ ଘଟିଛି। ସୂଚନାଯୋଗ୍ୟ ଯେ ଗତ ଜାନୁଆରୀ ୧ ରେ‌ ବିବାଦ ସମ୍ପର୍କରେ ‘ଓଡିଶା ସମାଚାର’ରେ ଖଵର ପ୍ରକାଶ ପାଇଥିଲା।

Leave a Reply

Your email address will not be published. Required fields are marked *