“ଦୁର୍ନୀତି ହିଁ ପ୍ରଗତି ର ବାଧକ”
ଭୁବନ ୦୨/୧୧/୨୦୨୪ (ଓଡ଼ିଶା ସମାଚାର)-ବାଜି ରାଉତ ସ୍ମୃତି ମହାବିଦ୍ୟାଳୟ ରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ହୋଇ ଯାଇଛି । ଅଧ୍ୟକ୍ଷ ଅଜିତ କୁମାର ବେହେରା ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଟିପିସିଓଡିଏଲ୍ ର ଦୁର୍ନୀତି ନିବାରଣ ଅଧିକାରୀ ଗୋପୀନାଥ ମଣିପାତ୍ର ଏବଂ ମୁଖ୍ୟ ବକ୍ତା ଭାବେ ରଞ୍ଜନ କୁମାର ସାହୁ ଯୋଗଦେଇ ଦୁର୍ନୀତି ହିଁ ପ୍ରଗତି ର ବାଧକ ବୋଲି ମତବ୍ୟକ୍ତ କରିଥିଲେ। ସରକାରୀ ଅଧିକାରୀ ଓ କର୍ମଚାରୀ ମାନେ ଭଗବାନ ଙ୍କ ନାମରେ ଶପଥ କରିବା ବଦଳରେ ନିଜ ସ୍ତ୍ରୀ,ପିଲା ଛୁଆ ଙ୍କ ନାମରେ ଶପଥ ପାଠ କଲେ ଦୁର୍ନୀତି କମିବ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ଢେଙ୍କାନାଳ ବିଦ୍ୟୁତ ବିଭାଗ ମୁଖ୍ୟ ଦୁର୍ନୀତି ନିବାରଣ ଅଧିକାରୀ ଇଂ ରଞ୍ଜନ କୁମାର ସାହୁ,ଇଂ ବିଶ୍ୱଜିତ୍ ସାହୁ , ଈଂ ବିଶ୍ଵାମିତ୍ର ପ୍ରଧାନ, ଇଂ ଅଭିଜିତ ରାଉତ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଦୁର୍ନୀତି ନିବାରଣ ସମ୍ପର୍କରେ ସଚେତନ କରାଇବା ସହିତ ସଚ୍ଚୋଟତାର ଶପଥ ପାଠ କରାଇଥିଲେ। ସୁକାନ୍ତ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
କୈଳାସ ଚନ୍ଦ୍ର ବେହେରା, ହେମନ୍ତ ରାଉତ, କରୁଣାକର ରାଉଳ ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରିଥିଲେ ।