ନିଶ୍ଚିନ୍ତକୋଇଲି,୨୩/୦୩/୨୦୨୪ (ଓଡିଶା ସମାଚାର /ଅଭୟ ଜେନା)- ମହାନଦୀ ଚିତ୍ରୋତ୍ପଳା ଦୋଆବ ଅଞ୍ଚଳ ତଥା କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଳମିଶ୍ରି ପଞ୍ଚାୟତ ର ଦାମୋଦର ପୁର ଗ୍ରାମ ଆଲୋକିତ ହୋଇଛି । ସ୍ୱାଧୀନତା ପରବର୍ତ୍ତୀ କାଳରୁ ରାତିହେଲେ ଅନ୍ଧକାରରେ ବୁଡିରହୁଥିବା ଏହି ଗ୍ରାମରେ ବିଦ୍ୟୁତଖୁଣ୍ଟ ଗୁଡିକରେ ଆଲୋକ ସଂଯୋଗ ହୋଇଥିବାରୁ ଗ୍ରାମବାସୀ ଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି ।ଏଥିନେଇ ଗ୍ରାମବାସୀ ମାନେ ବିଧାୟକ ଚନ୍ଦ୍ରସାରଥୀ ବେହେରା ଙ୍କୁ କୃତଜ୍ଞତା ଜଣାଇଛନ୍ତି ।
ଆଲୋକିତ ହେଲା ଦାମୋଦରପୁର ଗ୍ରାମ
