ଅନୁଗୁଳ, ୧୩/୦୫/୨୦୨୫ (ଓଡ଼ିଶା ସମାଚାର)- ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ୍ ନାକ୍ଚି ପଞ୍ଚାୟତ ଟକବା ଅଞ୍ଚଳରେ ବଜ୍ରପାତ ଜନିତ ଘଟଣାରେ ଆଜି ୨ ଜଣଙ୍କର ମୃତ୍ୟୁ ଘଟିଛି ।
ଧାନ ଖେତରେ କାମ ଚାଲିଥିବା ବେଳେ ବଜ୍ରପାତ ଘଟିବା ଫଳରେ ବାପ-ପୁଅଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତ ବାପ-ପୁଅ ହେଲେ ପ୍ରଫୁଲ୍ଲ ମାଝୀ (୫୩) ଓ ପୁଅ ପ୍ରବୀଣ ମାଝୀ (୨୨)। ଆହତମାନେ ହେଲେ ବିରଞ୍ଚି ସେଠୀ(୩୧) ଓ ଅରୁଣ ବେହେରା(୫୮)।
