ଭୁବନ ୧୩/୦୫/୨୦୨୫ (ଓଡ଼ିଶା ସମାଚାର)- ଭୁବନ ପଞ୍ଚାୟତ ସମିତି ସଭାଗୃହରେ ଢେ଼ଙ୍କାନାଳ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏହି ଜନ ଶୁଣାଣୀ ଶିବିରରେ ସମୁଦାୟ ୫୫ ଟି ଅଭିଯୋଗ ଦାଖଲ ହୋଇଥିଲା । ସେଥି ମଧ୍ୟରୁ ୪୦ ଟି ବ୍ୟକ୍ତିଗତ,୬ ଟି ଗ୍ରାମ୍ୟ ସମସ୍ୟା ଥିଲା । ଏହି ଶିବିର ରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ରୁ ୪ ଜଣ ଓ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ୫ ଜଣ ଙ୍କୁ ସମୁଦାୟ ୬୮ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଥିଲା।
ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ,ଆରକ୍ଷୀ ଅଧିକ୍ଷକ ଅଭିନବ ସୋନକର, ମୁଖ୍ୟ ଉନ୍ନୟନ ଅଧିକାରୀ ଙ୍କ ସମେତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଭୁବନ ବିଡିଓ ଆୟୁଶୀ ମହାପାତ୍ର,ତହସିଲଦାର ସୁର୍ଯ୍ୟ ଶଙ୍କର ଦାଶ,ଏନ୍ ଏ ସି ନିର୍ବାହୀ ଅଧିକାରୀ ଲୋକନାଥ ବେଜ୍ ଙ୍କ ସମେତ ପଞ୍ଚାୟତ ସମିତି କର୍ମଚାରୀ ମାନେ ଉପସ୍ଥିତ ଥିଲେ । ତେବେ ଆବଶ୍ୟକୀୟ ସୂଚନା ଅଭାବ ରୁ ୧୮ ଟି ପଞ୍ଚାୟତ ଓ ଭୁବନ ଏନ୍ ଏ ସି ରୁ ମାତ୍ର ୫୫ ଟି ଅଭିଯୋଗ ଦାଖଲ ହୋଇଥିଲା ।