ନିଜ ଦେଶୀ ବନ୍ଧୁକରୁ ନିଜ ଉପରକୁ ଗୁଳି ମାଡ କରି ଯୁବକଙ୍କ ମୃତ୍ୟୁ

ପାରଳାଖେମୁଣ୍ଡି,୨୩/୧୧/୨୦୨୫ (ଓଡ଼ିଶା ସମାଚାର)- ଗଜପତି ଜିଲା ଗୁମ୍ମା ବ୍ଲକ ଭୁବୁନି ପଞ୍ଚାୟତ ଅନ୍ତର୍ଗତ ଶିତିରିଗୁଡା ଗ୍ରାମରେ ଗୁଳି ଫୁଟିଛି। ଗୁଳି ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ସେ ହେଲେ ବିରସାନି ଗମାଙ୍ଗ (୩୪)। ନିଜ ଦେଶୀ ବନ୍ଧୁକରୁ ନିଜ ଉପରକୁ ଗୁଳି ମାଡ କରି ବିରସାନି ମୃତ୍ୟୁ ବରଣ କରିଥିବା ପରିବାର ଲୋକେ କହିଛନ୍ତି। ବିରସାନି ଅଧିକାଂଶ ସମୟରେ ନିଶା ସେବନ କରିନ୍ତି। ସେ ନିଶାସକ୍ତ ହୋଇ ଘରକୁ ଆସିଥିଲେ। ପରିବାର ଲୋକେ ଶୋଇଥିବା ବେଳେ ସେ ନିଜ ଦେଶୀ ବନ୍ଧୁକରୁ ନିଜ ଉପରକୁ ଗୁଳିମାଡ଼ କରିଥିଲେ। ଗୁଳିମାଡ଼ ଶବ୍ଦ ଶୁଣି ପରିବାର ଲୋକେ ତାଙ୍କ ନିକଟରେ ପହଞ୍ଚିବା ବେଳକୁ ବିରସାନି ଗୁରୁତର ହୋଇପଡିଥିଲେ। ତାଙ୍କୁ ତୁରନ୍ତ ସେରଙ୍ଗ ଡାକ୍ତରଖାନାକୁ ନିଆଯାଇଥିଲା। ଡାକ୍ତର ସେଠାରେ ବିରସାନିଙ୍କୁ ମୃତ ଘୋଷଣା କରିଥିଲେ।

ଏ ନେଇ ରବିବାର ଘଟଣା ସମ୍ପର୍କରେ ସେରଙ୍ଗ ଥାନାକୁ ଜଣାଇବା ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣା ସ୍ଥଳରେ ପାରଳାଖେମୁଣ୍ଡି ଏସଡ଼ିପିଓ ମାଧବାନନ୍ଦ ନାୟକଙ୍କ ସହ ସାଇଣ୍ଟିଫିକ ଟିମ ପହଞ୍ଚି ଅନୁଧ୍ୟାନ କରି ଫେରିଛନ୍ତି। ଏନେଇ ସେରଙ୍ଗ ଥାନାରେ ଏକ ମାମଲା(ନଂ.୯/୨୫) ରୁଜୁ ହୋଇଛି । ଜିଲା ମୁଖ୍ୟ ଚିକିତ୍ସାଳୟରେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

Leave a Reply

Your email address will not be published. Required fields are marked *