ବିଷୟବସ୍ତୁ “ନର୍ସମାନଙ୍କର ଯତ୍ନ ନେବା ଅର୍ଥନୀତିକୁ ମଜବୁତ କରେ “
ଖୋର୍ଦ୍ଧା,୧୩/୦୫/୨୦୨୫ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ସ୍ଥିତ ଓଡ଼ିଶାର ସର୍ବପୁରାତନ ବିଶ୍ବାସ ସେବିକା ମହାବିଦ୍ୟାଳୟରେ ବିଶ୍ଵ ସେବିକା ଦିବସକୁ ଅତି ଉତ୍ସାହ ଏବଂ ସମ୍ମାନର ସହ ପାଳନ କରିଥିଲା। ଏହି ଦିନକୁ ଆକର୍ଷଣୀୟ ଏବଂ ସମ୍ମାନଜନକ କାର୍ଯ୍ୟକ୍ରମ ଦ୍ୱାରା ଚିହ୍ନିତ କରାଯାଇଥିଲା ଯାହା “ନର୍ସମାନଙ୍କ ଯତ୍ନ ନେବା ଅର୍ଥନୀତିକୁ ମଜବୁତ କରେ” ବିଷୟବସ୍ତୁକୁ ପ୍ରତିଫଳିତ କରିଥିଲା ।
ସେବିକା ଦିବସ ପାଳନ ଅବସରରେ ଉତ୍କଳ ହସ୍ପିଟାଲର ପ୍ରତିଷ୍ଠାତା ଡ଼କ୍ଟର କଲ୍ୟାଣ ରଥ, ଡ଼କ୍ଟର ଦୁର୍ଗା ରଥ( ମେଡିସିନ୍ ବିଶେଷଜ୍ଞ ) ଏବଂ ଡକ୍ଟର ମହଲିଙ୍ଗମ୍ ଭେଙ୍କଟେଶନ୍ ( ଆସୋସିଏଟ୍ ପ୍ରଫେସର, ନର୍ସିଂ କଲେଜ୍, AIIMS, ଭୁବନେଶ୍ୱର ) ମୁଖ୍ୟ ଅତିଥି ଗଣ ରୁପେ ଉପସ୍ଥିତ ରହି ନସିଂ
ସେବାର ଆନ୍ତର୍ଜାତିକ ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ଡ଼କ୍ଟର ଦୁର୍ବା ରଥ ଧ୍ୟାନ ମାଧ୍ୟମରେ ସମସ୍ତ ଛାତ୍ର ଛାତ୍ରୀ ଓ କର୍ମଚାରୀ ଙ୍କୁ ମାନସିକ ଶାନ୍ତି ଆଣିବା ଓ ପ୍ରତ୍ୟେକ ଦିନ ଅନ୍ୟୁନ ୨ ମିନିଟ ଯେକୌଣସି ସମୟରେ କରିପାରିଲେ ଶରୀର ଓ ମନ ଭଲ ରହିପାରିବ ବୋଲି ସୂଚାଇଥିଲେ । AIIMS ସେବିକା ମହାବିଦ୍ୟାଳୟର ଆସୋସିଏଟ୍ ପ୍ରଫେସର ଡ଼କ୍ଟର ମହାଳିଙ୍ଗମ, ଭି. ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଆଦର୍ଶ ସେବିକା ତାଲିମ ଉପରେ ଗୁରୁତ୍ବ ପ୍ରଦାନ କରିଥିଲେ ।
ଅନୁଷ୍ଠାନର ଅଧ୍ୟକ୍ଷ ଡକ୍ଟର ପ୍ରଜ୍ଞାନ ରଞ୍ଜନ ଘଡାଇ, ସମ୍ପାଦିକା ଶ୍ରୀମତୀ ନନ୍ଦିନୀ ଘଡାଇ, ନିର୍ଦେଶକ ଡ଼କ୍ଟର ଏଲ. ଏନ. ପଣ୍ଡା, ପାରାମେଡିକାଲ୍ କଲେଜର ଅଧ୍ୟକ୍ଷ ଡକ୍ଟର ଅଭୟ କୁମାର ବାହିନପତି ଏବଂ ସେବିକା ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ସତ୍ୟଭାମା ମିଶ୍ର ପିଲାମାନଙ୍କୁ ଉଦବୋଧନ ଦେଇଥିଲେ । ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଏକ ସୁମଧୁର ଗୀତ, ସାଂସ୍କୃତିକ ନୃତ୍ୟ, ସାଂସ୍କୃତିକ ସୌନ୍ଦର୍ଯ୍ୟ ପ୍ରଦର୍ଶନ କରୁଥିବା ରଙ୍ଗୀନ ଶାଢ଼ି ର ଏକ ପ୍ରଦର୍ଶନୀ ହୋଇଥିଲା । ଛାତ୍ରଛାତ୍ରୀଙ୍କ ଅବଦାନ ଏବଂ ଉଲ୍ଲେଖନୀୟ ସଫଳତାକୁ ସ୍ୱୀକୃତି ଦେଇ ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ଶେଷରେ ସମସ୍ତ ସମ୍ମାନଜନକ ଅଧ୍ୟାପକ ଏବଂ ଛାତ୍ରମାନଙ୍କୁ ସଫଳତା ପାଇଁ କୃତଜ୍ଞତା ଜଣାଇ ଧନ୍ୟବାଦ ପ୍ରଦାନ କରାଯାଇଥିଲା ।
