ରାଉରକେଲା,୧୩/୦୫/୨୦୨୫ (ଓଡ଼ିଶା ସମାଚାର)- ଅଗ୍ରଣୀ ସାମାଜିକ ତଥା ସାହିତ୍ୟିକ ଅନୁଷ୍ଠାନ ସୁବର୍ଣ୍ଣରେଖା ତରଫରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ଗ୍ରୀଷ୍ମ ଅବକାଶରେ ତୃଷାର୍ତ୍ତ ମାନଙ୍କୁ ତୃପ୍ତ କରିବା ପାଇଁ ଛେଣ୍ଡ ହାଟ ଠାରେ ଶୀତଳ ଦହି ପଣା ବଣ୍ଟନର ଆୟୋଜନ କରାଯାଇଥିଲା ।ଅନୁଷ୍ଠାନର ସାମାଜିକ ଦାୟିତ୍ୱବୋଧ ଓ ଜନହିତକର ପଦକ୍ଷେପ ର ଏହା ଏକ ନିଦର୍ଶନ ବୋଲି ସଭାପତି ବନବିହାରୀ ରଣା ବ୍ୟକ୍ତ କରିଛନ୍ତି। ସାଧାରଣ ସମ୍ପାଦକ କମଳାକାନ୍ତ ପ୍ରଧାନ କର୍ମକର୍ତ୍ତା ମାନଙ୍କ ସମନ୍ୱୟ ବିନା ଏହା ସମ୍ଭବ ନୁହେଁ ବୋଲି ମତ ରଖିଥିଲେ।
ଏହି ପଣା ବଣ୍ଟନ କାର୍ଯ୍ୟ ସମ୍ପାଦନ ପାଇଁ ବିଜୟ ପ୍ରଧାନ, ଆନନ୍ଦ ଗିରି,ଶ୍ରୀକାନ୍ତ ଦାସ,ରାଧାକୃଷ୍ଣ ଦଳପତି, ମନୋରଞ୍ଜନ ଦାସ,ନିତ୍ୟାନନ୍ଦ ବେହେରା, ପ୍ରଫୁଲ୍ଲ ସାହୁ, ରବିନ୍ଦ୍ରନାଥ ଜେନା, କରୁଣାକର ସାହୁ,କବିନ୍ଦ୍ର ଦେଓ, ବରୁଣ ମାଝୀ, ସୁବ୍ରତ ଜେନା, ଅରକ୍ଷିତ ଆଦକ, ବାଲୁ କିଶୋର ପାତ୍ର,ରାଜୀବ ପାତ୍ର, କମଳଲୋଚନ ଗାରୁ,କରୁଣାକର ବାରିକ,ପ୍ରଦୀପ ଭୋଳ, ଚିତ୍ତରଞ୍ଜନ ବାରିକ, ପର୍ଶୁରାମ ମଲ୍ଲିକ ,ଦିବ୍ୟ ଦଳପତି, ବିଶ୍ଵରୂପ ପ୍ରଧାନ, ରାଜେନ୍ଦ୍ର ନାରାୟଣ ଦାସ ଓ ନନ୍ଦିନୀ ମହିଳା ସଂହତିର ସସ୍ମିତା ମଣ୍ଡଳ,ଡାକ୍ତର ସାନ୍ତ୍ଵନା ପରିଡ଼ା, ଦେବଯାନୀ ଘୋଷ,ଛବି ରାଣୀ ପ୍ରଧାନ , ଦମୟନ୍ତୀ ବେହେରା, ଶକୁନ୍ତଳା ଆଦକ, ପୂଜା ଗିରି, ଜ୍ୟୋତ୍ସ୍ନା ଜେନା, ତଅପୋଇ ମାଝୀ,ଭାଗ୍ୟଲକ୍ଷ୍ମୀ ପାତ୍ର, ସୁପ୍ରଭା ପ୍ରଧାନ,ଜ୍ୟୋତ୍ସ୍ନା ରାଣୀ ଦେଓ,ଆଶାଲତା ଦାଶ, ବନଜା ଦାସ, ମାନିନୀ ପାତ୍ର ପ୍ରମୁଖ ସହଯୋଗ କରିଥିଲେ।
