ଆଠଗଡ଼,୦୯/୦୯/୨୦୨୫(ଓଡ଼ିଶା ସମାଚାର)- ସମସ୍ତଙ୍କ ପାଖରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ପହଂଚାଇବା ଲକ୍ଷ୍ୟ ନେଇ ଆଜି ଆଇଡିବିଆଇ ବ୍ୟାଙ୍କ ଡୋରଡ ଆଠଗଡ଼ ଶାଖା ତରଫରୁ ଆଠଗଡ ଉପଖଣ୍ଡ ଚିକିତ୍ସାଳୟକୁ କର୍ପୋରେଟ ସାମାଜିକ ଦାୟିତ୍ୱ କାର୍ଯ୍ୟକ୍ରମ ଅଧୀନରେ ବିଭିନ୍ନ ଚିକିତ୍ସା ଉପକରଣ ପ୍ରଦାନ କରିଛନ୍ତି ।
ସିଏଆର୍ ର ଅଧ୍ୟକ୍ଷ ତଥା ଆଠଗଡର ଉପଜିଲାପାଳ ପ୍ରହ୍ଲାଦ ନାରାୟଣ ଶର୍ମାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଆଠଗଡ଼ର ବିଧାୟକ ରାଣେନ୍ଦ୍ର ପ୍ରତାପ ସ୍ୱାଇଁ ଯୋଗଦେଇ ବ୍ୟାଙ୍କର ଏଭଳି କାର୍ଯ୍ୟକୁ ପ୍ରସଂଶା କରିବାସହିତ ଆଠଗଡ଼ ଅଂଚଳରେ ବିଭିନ୍ନ ଅନୁଷ୍ଠାନମାନଙ୍କରେ ବହୁ ଆବଶ୍ୟକତା ରହିଛି ଅନ୍ୟ କର୍ପୋରେଟ ସଂସ୍ଥାମାନେ ସାମାଜିକ ଦାୟିତ୍ୱ କାର୍ଯ୍ୟକ୍ରମ ଅନ୍ତର୍ଗତ ଏପରି ଆବଶ୍ୟକତା ଅନୁଯାୟୀ କାର୍ଯ୍ୟ କରାଇବାକୁ ଉପଜିଲାପାଳଙ୍କୁ ଅନୁରୋଧ କରିଥିଲେ ।
ସମ୍ମାନିତ ଅତିଥି ଅତିଥି ଭାବେ ଉପଖଣ୍ଡ ଚିକିତ୍ସାଳୟ ଅଧ୍ୟକ୍ଷ ଡାକ୍ତର ମାନସ ରଞ୍ଜନ ପାଣି ବିଜ୍ଞାପିତ ଅଂଚଳ ପରିଷଦ ଅଧ୍ୟକ୍ଷା ସସ୍ମିତା ରାଉତ, କାର୍ଯ୍ୟନିର୍ବାହୀ ଅଧିକାରୀ ବଳୟ ଦେହୁରୀ ଏବଂ ଉପନଗରପାଳ ବି. ଶୁଭ୍ରଶଙ୍କର ଜ୍ୟୋତି ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମ ଅଧୀନରେ ୪ହଜାର ୱାଟ୍ ର କଟର ମେସିନ, ୨ ଗୋଟି ପ୍ରସୂତି ଟେବୁଲ, ୨ ଗୋଟି ଷ୍ଟ୍ରେଚର ଟ୍ରଲି, ୨ଗୋଟି ହୁଇଲ୍ ଚେୟାର, ୨ଗୋଟି ଉପଚାର ଟେବୁଲ, ଏନଏସଟି ସିଟିଜି ଫିତାଲ ମନିଟର ଟି ପ୍ରଦାନ କରାଯାଇଛି । ଏହାସହିତ ସଠିଲୋ ବାସୁଦେବପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଗୋପୀନାଥପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଛଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଳବିଶୋଧନ ତଥା ଜଳ ଥଣ୍ଡା କରିବା ଯନ୍ତ୍ର ସ୍ଥାପନ କରାଯାଇଥିବା ବ୍ୟାଙ୍କ ଅଧିକାରୀ ଭୁବନାନନ୍ଦ ନାୟକ ପ୍ରକାଶ କରିଥିଲେ ।
