ମାହାଙ୍ଗା, ୧୭/୦୬/୨୦୨୫ (ଓଡ଼ିଶା ସମାଚାର /ଅଭୟ ଜେନା )- କଟକ ଜିଲ୍ଲା ମାହାଙ୍ଗା ରେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ୩୦ ରୁ ଉର୍ଦ୍ଧ ରୋଗୀ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ଏହାରି ଭିତରୁ କିଛି ରୋଗୀ ଙ୍କ ଝାଡ଼ା ବାନ୍ତି ବନ୍ଦ୍ ନ ହେବାରୁ ସେମାନଙ୍କୁ କଟକ ବଡ଼ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ ହୋଇଥିବା ଜଣାପଡିଛି ।
ଗତକାଲି ଠାରୁ ମାହାଙ୍ଗା ର ବିଭିନ୍ନ ଅଂଚଳରୁ ରୋଗୀ ମାନେ ଝାଡ଼ା ବାନ୍ତି ଅକ୍ରାନ୍ତର ଶିକାର ହୋଇ ମାହାଙ୍ଗା ସ୍ବାସ୍ଥ୍ୟକେନ୍ଦ୍ର ରେ ଚିକିତ୍ସାଧୀନ ଅଛନ୍ତି । ସେମାନଙ୍କୁ ମାହାଙ୍ଗା ମେଡିକାଲର ଡାକ୍ତରମାନେ ଚିକିତ୍ସା କରୁଥିବାବେଳେ କେଉଁ କାରଣ ପାଇଁ ଆକ୍ରାନ୍ତ ହେଉଛନ୍ତି ,ସେ ନେଇ କାରଣ କିଛି ସ୍ପଷ୍ଟ ହୋଇ ନାହିଁ ବୋଲି ମେଡିକାଲ ପକ୍ଷରୁ ଡାକ୍ତର ସୂଚନା ଦେଇଛନ୍ତି। ସ୍ଥାନୀୟ ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ଏଥି ପ୍ରତି ଯତ୍ନବାନ ହୋଇ ଏହାର ତୁରନ୍ତ ପ୍ରତିକାର କରିବା ପାଇଁ ଅଞ୍ଚଳବାସୀ ପ୍ରଶାସନ ଙ୍କୁ ନିବେଦନ କରିଛନ୍ତି।
