ମହାପ୍ରଭୁଙ୍କୁ ଦର୍ଶନ କଲେ ପ୍ରଧାନମନ୍ତ୍ରୀଙ୍କ ଭାଇ ପ୍ରହ୍ଲାଦ ମୋଦି

ପୁରୀ,୧୩/୦୫/୨୦୨୫(ଓଡ଼ିଶା ସମାଚାର)- ପୁରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଇ ତଥା ସର୍ବଭାରତୀୟ ଡିଲର ମହାସଂଘର ଉପସଭାପତି ପ୍ରହ୍ଲାଦ ଦାମୋଦର ଦାସ ମୋଦି । ମହାପ୍ରଭୁଙ୍କ ଦର୍ଶନ ସହିତ ଆଶିଷ ଲାଭ କରିବା ପାଇଁ ପୁରୀ ଆସିଛନ୍ତି ପ୍ରହ୍ଲାଦ । ଶ୍ରୀମନ୍ଦିର ଯାଇ ସେ ମହାପ୍ରଭୁଙ୍କ ଦର୍ଶନ କରିବା ସହିତ ଆଶିଷ ଭିକ୍ଷା କରିଛନ୍ତି ।

ଦେଶର ମଙ୍ଗଳ କାମନା ନେଇ ସେ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିବା କହିଛନ୍ତି । ଭାରତ ପାକିସ୍ତାନ ମଧ୍ୟରେ ଯୁଦ୍ଧ ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାର ଏହା ଉପରେ ସମସ୍ତ ନିଷ୍ପତି ନେଉଛନ୍ତି । ତେବେ ଭାରତୀୟ ସୈନିକ ମାନେ ଆତଙ୍କବାଦୀଙ୍କୁ କଡ଼ା ଜବାବ୍ ଦେଇଛନ୍ତି । ଆତଙ୍କବାଦୀ ମାନଙ୍କୁ କେବେ ହେଲେ ପ୍ରଶୟ ଦିଆଯିବ ନାହିଁ ।

ଭାରତୀୟ ସେନାମାନେ ଆତଙ୍କବାଦୀଙ୍କୁ ଉଚିତ୍ ଶିକ୍ଷା ଦେବେ ବୋଲି ସେ ଆଶା ରଖିଛନ୍ତି । ସେପଟେ ରାସନ ବିଷୟରେ ମଧ୍ୟ ପ୍ରହ୍ଲାଦ ନିଜର ପ୍ରତିକ୍ରିୟା ରଖିଛନ୍ତି । ଗୁଜରାଟ ସରକାର ଯେଭଳି ରାସନ ଦେଉଛନ୍ତି ଓଡ଼ିଶାରେ ମଧ୍ୟ ସେହିପରି ଭାବେ ସରକାର ରାସନ ଦେବାର ଆବଶ୍ୟକତା ରହିଛି । ଗୁଜରାଟରେ ପ୍ରତି ପାଂଚବର୍ଷରେ ଡିଲର ମାନଙ୍କୁ ପରିବର୍ତନ କରାଯାଉଥିବା ବେଳେ ଓଡ଼ିଶାରେ ମଧ୍ୟ ସରକାର ସେହିଭଳି ଭାବେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି ପ୍ରହ୍ଲାଦ ମୋଦି କହିଛନ୍ତି ।

Leave a Reply

Your email address will not be published. Required fields are marked *