ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ , ପ୍ରଥମ ଓ ଦ୍ଵିତୀୟ ପତ୍ର ଘୁଞ୍ଚିଲା

କଟକ,୨୦/୦୭/୨୦୨୫ (ଓଡ଼ିଶା ସମାଚାର)-  ଓଡ଼ିଶା ମାଧ୍ୟମିକକ ଶିକ୍ଷା ପରିଷଦ (ବିଏସ୍‌ଇ) ପରିଚାଳିତ ସ୍ୱତନ୍ତ୍ର ଓଡିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି)କୁ ସ୍ଥଗିତ ରଖାଯାଇଛି। ଆଜି (ଜୁଲାଇ ୨୦) ହେବାକୁ ଥିବା ଓଟିଇଟି ପରୀକ୍ଷାର ପ୍ରଥମ ଓ ଦ୍ଵିତୀୟ ପତ୍ରକୁ ଘୁଞ୍ଚାଯାଇଛି। ସାମାଜିକ ଗଣମାଧ୍ୟମରେ ପ୍ରଶ୍ନପତ୍ର ପ୍ରଘଟ ହୋଇଥିବା ଅଭିଯୋଗ ପରେ ଏହି ପଦକ୍ଷେପ ନିଆଯାଇଛି।

ସୂଚନା ଅନୁସାରେ ପ୍ରଶ୍ନପତ୍ର ଛପାଯାଇଥିବା ମୁଦ୍ରଣ ସ୍ଥଳରୁ ଏହା ପ୍ରଘଟ ହୋଇଥିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଠାରେ କେହିଜଣେ ଅଭିଯୋଗ କରିଥିଲେ। ଏନେଇ ମନ୍ତ୍ରୀ ବୋର୍ଡ କର୍ତ୍ତୃପକ୍ଷଙ୍କୁ ଏହାର ସତ୍ୟାସତ୍ୟ ପ୍ରସଙ୍ଗରେ ପଚାରିଥିଲେ। କର୍ତ୍ତୃପକ୍ଷ ପ୍ରଥମେ ଏହାକୁ ସ୍ୱୀକାର କରି ନ ଥିବାବେଳେ ପରବର୍ତ୍ତୀ ସମୟରେ ପ୍ରଘଟ ପ୍ରଶ୍ନପତ୍ର ଅସଲି ପ୍ରଶ୍ନପତ୍ର ସହ ମେଳ ଖାଉଥିବା ଜାଣିବାକୁ ପାଇ ପରୀକ୍ଷାକୁ ବାତିଲ କରିଛନ୍ତି।

ପୂର୍ବରୁ ଓଟିଇଟି ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ହୋଇଥିଲା। ପୁନର୍ବାର ପରୀକ୍ଷାର ପୂର୍ବଦିନ ପ୍ରଶ୍ନପତ୍ର ପ୍ରଘଟ ଓ ପରୀକ୍ଷା ବାତିଲ ଚିନ୍ତା ବଢ଼ାଇଛି।

Leave a Reply

Your email address will not be published. Required fields are marked *