୫ ମାସ ହେଲା ଭତ୍ତାକୁ ଅନାଇଁ ଅନାଇଁ ଶେଷରେ ଆଖି ବୁଜିଲେ ୯୦ ଵର୍ଷିୟ ବୃଦ୍ଧ ଜଗବନ୍ଧୁ 

କଟକ ସଦର,୦୭/୦୯/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା):ବୟସ୍କ ବୃଦ୍ଧ ବୃଦ୍ଧା ମାନଙ୍କୁ ସହଜ ଓ ସୁବିଧାରେ ଭତ୍ତା ଯୋଗାଇ ଦିଆଯିବ ବୋଲି ରାଜ୍ୟ ସରକାର ଘୋଷଣା କଟକ ସଦର ବ୍ଲକରେ ଧର୍ମକୁ ଆଖି ଠାର ସଦୃଶ ହୋଇଥିବା ଅଭିଯୋଗ ହୋଇଛି। ପ୍ରକାଶ ଯେ ଯଶପଡା ପଞ୍ଚାୟତ ଓଡ଼ପଡ଼ା ଗ୍ରାମର ଜନୈକ ୯୦ ବର୍ଷିୟ ବୃଦ୍ଧ ଜଗବନ୍ଧୁ ମହାନ୍ତି ପୂର୍ବରୁ ଭତ୍ତା ଠିକ୍ ଭାବରେ ପାଉଥିବାବେଳେ ଏବେ ୫ ମାସ ହେଲା ପାଇନଥିବା ଜଣାପଡିଛି।

ଭତ୍ତା ପାଇବାକୁ ଜଗବନ୍ଧୁ ତଳୁ ଉପର ସମସ୍ତଙ୍କୁ ନେହୁରା ହୋଇଥିଲେ ହେଁ ସମସ୍ତଙ୍କର ସେହି ଗୋଟିଏ କଥା ଅପେକ୍ଷା କର ଆସିଲେ ମିଳିବ। ହେଲେ ଜଗବନ୍ଧୁ ଙ୍କର ଅପେକ୍ଷାର ଅନ୍ତ ଘଟିଛି। ଗତ ଶନିବାର ରାତିରେ ଜଗବନ୍ଧୁ ଭତ୍ତାକୁ ଅନାଇଁ ଅନାଇଁ ଶେଷରେ ଆଖି ବୁଜିଥିଵା ଜଣାଯାଇଛି। ତୁରନ୍ତ ଜଗବନ୍ଧୁଙ୍କର ବକେୟା ଭତ୍ତା ଟଙ୍କା ତାଙ୍କର ନିରାଶ୍ରୟା ବିଧବା ପତ୍ନୀଙ୍କୁ ଦେବା ପାଇଁ ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *