ନିରାକାରପୁର,୧୩/୦୫/୨୦୨୫(ଓଡ଼ିଶା ସମାଚାର)- ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିବା ସ୍ଥାନୀୟ ଅଂଚଳର ଏ ୱାନ ଛାତ୍ରଛାତ୍ରୀଙ୍କୁ ଖୋର୍ଦ୍ଧା ଜିଲା ନିରାକାରପୁର ସ୍ଥିତ “ସହଯୋଗ” ପରିବାର ତରଫରୁ ସମ୍ବର୍ଦ୍ଧିତ କରାଯାଇଛି ।
ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅତିଥି ଭାବେ ସାମ୍ବାଦିକ ମନୋଜ କୁମାର ପଟ୍ଟନାୟକ, ଉମେଶ ଚନ୍ଦ୍ର ପଟ୍ଟନାୟକ, ଶିକ୍ଷକ କ୍ଷୀରୋଦ ଚନ୍ଦ୍ର ପାଇକରାୟ, ଶିକ୍ଷୟତ୍ରୀ ସନ୍ଧ୍ୟାରାଣୀ ବାହିନୀପତି,ବିଳାସିନୀ ପାଇକରାୟ, ଓ ଗାୟତ୍ରୀ ମିଶ୍ର ପ୍ରମୁଖ ଯୋଗଦେଇ କମାଗୁରୁ ସରକାରୀ ନୋଡାଲ ହାଇସ୍କୁଲର ଛାତ୍ର ଆର୍ଯ୍ୟ ପ୍ରସାଦ ପାଇକରାୟ , ନିରାକାରପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ର ଛାତ୍ରୀ ଦେବାଶ୍ରୀତା ମିଶ୍ର ଓ ସମୀକ୍ଷା ମିଶ୍ରଙ୍କୁ ଉତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସହଯୋଗ ପରିବାର ଆବାହକ ହିମାଂଶୁ ଭୁଷଣ ଚମ୍ପତିରାୟ ପରିଚାଳନା କରିଥିଲେ ।