ଵନ୍ତୁଣିଆ ମୂକ ବଧିର ହାଇସ୍କୁଲରେ ପୂର୍ବତନ ମନ୍ତ୍ରୀ କାଳିନ୍ଦୀ ବେହେରାଙ୍କ ଶ୍ରାଦ୍ଧବାର୍ଷିକୀ ପାଳନ 

କଟକ ସଦର,୧୮/୦୨/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଵେଣ୍ଟକାର ପଞ୍ଚାୟତ ଵନ୍ତୁଣିଆ ଠାରେ ଥିବା ବେଲେଶ୍ୱର ମୂକ ବଧିର ଆବାସିକ ହାଇସ୍କୁଲ ରେ ଆଜି ବୁଧବାର ଦିନ ରାଜ୍ୟର ଜନୈକ ବରିଷ୍ଠ ପୂର୍ବତନ ମନ୍ତ୍ରୀ ତଥା କଟକ ସଦରର ପୂର୍ବତନ ବିଧାୟକ ଅଧ୍ୟାପକ କାଳିନ୍ଦୀ ବେହେରାଙ୍କ ୧୧ ତମ ଶ୍ରାଦ୍ଧ ବାର୍ଷିକୀ ପାଳନ କରାଯାଇଛି।

ଏହି ଉପଲକ୍ଷେ ମନୋରଞ୍ଜନ ମହାପାତ୍ର (ବୁଲୁ)ଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଶରତ ରାୟ,ଵିରଵର ଲେଙ୍କା, ବିଭୁତି ଭୁଷଣ ପରିଡ଼ା, ପ୍ରଦ୍ୟୁମ୍ନ ମହାନ୍ତି, ସୂଦର୍ଶନ ଜେନା,ଅଜୟ ଦଳେଇ, ଵିନୋଦ ବେହେରା, ସୁଧିର ଶତପଥୀ ପ୍ରମୁଖ ବହୁ ବ୍ୟକ୍ତିବିଶେଷ ଯୋଗଦେଇ ସ୍ୱର୍ଗତ ବେହେରା ଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ସହ ତାଙ୍କର ଗୁଣାବଳୀ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ପିଲାଙ୍କୁ ଖାତା କଲମ ଦିଆଯିବା ସହିତ ଭୁରି ଭୋଜନ ରେ ଆପ୍ୟାୟିତ କରାଯାଇଥିଲା।

Leave a Reply

Your email address will not be published. Required fields are marked *