୯୨ ମାମଲାର ଫଏସଲା,୭କୋଟି ୪୮ଲକ୍ଷ ଟଙ୍କାର କ୍ଷତି ପୂରଣ ପ୍ରଦାନ ନିର୍ଦ୍ଧେଶ
କଟକ,୧୧/୦୫/୨୦୨୫(ଓଡ଼ିଶା ସମାଚାର)- ଓଡ଼ିଶା ହାଇକୋର୍ଟରେ ଶନିବାର ୨୦୨୫ ମସିହାର ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧୀକରଣର ମୁଖ୍ୟ ପୃଷ୍ଠପୋଷକ ତଥା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନଙ୍କ ମାର୍ଗ ଦର୍ଶନରେ ଏହି ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି ।
ହାଇକୋର୍ଟ ଆଇନ ସେବା କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଲୋକ ଅଦାଲତରେ ୭୯୫ଟି ମାମଲାର ଶୁଣାଣି ହୋଇଥିଲା । ଏଥିମଧ୍ୟରୁ ୯୨ଟି
ମାମଲାର ଆପୋସ ବୁଝାମଣାରେ ଫଏସଲା କରାଯାଇଛି । ଜଷ୍ଟିସ ଏସକେ ସାହୁ, ଜଷ୍ଟିସ ଏସକେ ପାଣିଗ୍ରାହୀ, ଜଷ୍ଟିସ ଏକେ ମହାପାତ୍ର, ଜଷ୍ଟିସ ଭି ନରସିଂହ, ଜଷ୍ଟିସ ବିି ଶତପଥି, ଜଷ୍ଟିସ ଏମଏସ ରମଣ, ଜଷ୍ଟିସ ଏସକେ ମିଶ୍ର, ଜଷ୍ଟିସ ଜି ଶତପଥି ଓ ଜଷ୍ଟିସ ଏସଏସ ମିଶ୍ର ପ୍ରମୁଖ ରାଷ୍ଟ୍ରୀୟ ଲୋକ ଅଦାଲତରେ ମାମଲା ଗୁଡ଼ିକର ଫଏସଲା କରିଥିଲେ । ଏଥି ମଧ୍ୟରେ ବୀମା କ୍ଷତିୂରଣ, ଚାକିରି ସଂପର୍କିତ ମାମଲା, କି୍ରମିନାଲ କମ୍ପାଉଣ୍ଡେବଲ ମାମଲା, ବିଦୁ୍ୟତ ସଂପର୍କିତ ମାମଲା ଓ ପାରିବାରିକ ମାମଲା ଅନ୍ତର୍ଭୁକ୍ତ ।
ଏହି ଲୋକ ଅଦାଲରେ ସାଧାରଣ ବୀମା କଂପାନୀ ମଧ୍ୟରୁ ନ୍ୟାସନାଲ ଇନ୍ସୁରାନ୍ସ, ନିୟୁ ଇଣ୍ଡିଆ ଆସୁରାନ୍ସ, ଓରିଏନ୍ଟାଲ ଇନ୍ସୁରାନ୍ସ, ୟୁନାଇଟେଡ଼ ଇଣ୍ଡିଆ ଇନ୍ସୁରାନ୍ସ, କେତେକ ଘରୋଇ ବୀମା କଂପାନୀ ଓ କେତେକ ବ୍ୟାଙ୍କର ଅଧିକାରୀମାନେ ଅଂଶ ଗ୍ରହଣ କରିଥିଲେ । କ୍ଷତି ପୂରଣ ବାବଦରେ ୭କୋଟି ୪୮ଲକ୍ଷ ୮୧ହଜାର ଟଙ୍କା ପ୍ରଦାନ ପାଇଁ ଅନୁଷ୍ଠିତ ଲୋକ ଅଦାଲତରେ ନିର୍ଦ୍ଧେଶ ଦିଆଯାଇଛି ।
