୨୨୮ ଗ୍ରାମ ବ୍ରାଉନସୁଗାର ଜବତ, ଦୁଇ ଗିରଫ

ବାଲେଶ୍ୱର,୧୧/୦୫/୨୦୨୫(ଓଡ଼ିଶା ସମାଚାର)- ବାଲେଶ୍ୱର ସହରର ସହଦେବଖୁନ୍ଟା ଆଦର୍ଶ ଥାନାର ପାଟ୍ରୋଲିଙ୍ଗ ଟିମ ଅରଡ ବଜାର ମସଜିଦ ଗଳି ରେ ଶେଖ ସାକୀର(୨୫)ଏବଂ ମିନା ବିବି (୫୦) ଗ୍ରାହକ ମାନଙ୍କୁ ବ୍ରାଉନସୁଗାର ବିକ୍ରି କରୁଥିବା ବେଳେ ଗିରଫ କରିଛି । ଉଭୟ ମା’ଓ ପୁଅ ଦୀର୍ଘ ଦିନ ହେଲା ଏହି ବେପାର ଜାରି ରଖିଥିଲେ ବୋଲି ଏସପି ରାଜ ପ୍ରସାଦ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ।

ଏସ ପି ଙ୍କ ନିର୍ଦ୍ଧେଶରେ ଗଠିତ ଗୁଇନ୍ଦା ଟିମ ର ସୂଚନା ପାଇ ପୋଲିସ ପେଟ୍ରୋଲିଂ ପାର୍ଟି ଏଭଳି ଚଢ଼ାଉ କରିଥିଲା । ଉଭୟ ଙ୍କ ନିକଟରୁ ୨୨୮ଗ୍ରାମ ବ୍ରାଉନ ସୁଗର ଜବତ ହୋଇଛି ।ଯାହାର ମୂଲ୍ୟ ୨୨ ଲାକ୍ଷ ୮୦ ହଜାର ଟଙ୍କା ହେବ ବୋଲି ଏସ ପି ସୂଚନା ଦେଇଛନ୍ତି ।ଏଥି ସହ ସେମାନଙ୍କ ନିକଟରୁ ନଗଦ ୧୮ ହଜାର ଟଙ୍କା ଜବତ କରାଯାଇଛି । ମୀନା ବିବି ଓ ତାଙ୍କ ପୁଅ ବିରୁଦ୍ଧ ରେ ପୂର୍ବରୁ ବ୍ରାଉନ ସୁଗାର ବିକ୍ରି ମାମଲା ଥିଲା ଓ ସେମାନେ ପୂର୍ବରୁ ଗିରଫ ହୋଇଥିଲେ ।

ପଶ୍ଚିମ ବଙ୍ଗର ମୁରସିଦାବାଦ ରୁ ସେମାନେ ବ୍ରାଉନସୁଗାର ମଗାଉଥିଲେ । ଚଢ଼ାଉ ବେଳେ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ମଧ୍ୟ ଉପସ୍ଥିତ ରହିଥିଲେ । ଏନ ଡ଼ି ପି ଏସ ଆକ୍ଟ ୧୯୮୫ ର ୨୧(ବି)/୨୯ ମୂଳେ ଏକ ମାମଲା ରୁଜୁ କରାଯାଇ ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ।ଆୟୋଜିତ ସାମ୍ୱାଦିକ ସମ୍ମିଳନୀ ରେ ଆଡିସନାଲ ଏସପି ନିରଞ୍ଜନ କୁମାର ବେହେରା,ସହଦେବ ଖୁନ୍ଟା ଆଦର୍ଶ ଥାନା ର ଆଇ ଆଇ ସି ଅଜୟ ମୁର୍ମୁ ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published. Required fields are marked *