ପୁସ୍ତକ ଅସରନ୍ତି ଅପରାହ୍ନ ପାଠୋକାର୍ପିତ

ଭୁବନେଶ୍ୱର,୧୧/୦୫/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ନିକଟସ୍ଥ କେଶରୀ ସିନେମା ହଲ୍ ପଛ ପ୍ଲାଟିନମ୍ ଜୁବୁଲି ହଲ୍, ଓଡ଼ିଶା ଭବନ ପରିସରରେ ଶନିବାର ଦିନ ଇଂ. ନରେନ୍ଦ୍ର କୁମାର ନାୟକଙ୍କ ୩୮ଟି ଆଲେଖ୍ୟ ବିଶିଷ୍ଟ ପୁସ୍ତକ “ଅସରନ୍ତି ଅପରାହ୍ନ” ପାଠୋକାର୍ପିତ ହୋଇ ଯାଇଛି।

ସମ୍ପର୍କର ସେତୁ ପତ୍ରିକାର ସମ୍ପାଦକ ତଥା ଲେଖକ ଇଂ. ରମେଶ ଚନ୍ଦ୍ର ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ପାଠୋକାର୍ପଣ ଉତ୍ସବରେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ମୁଖ୍ୟ ଅତିଥି, ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ସାହିତ୍ୟିକ ଡଃ. ସୁରେନ୍ଦ୍ର ମୋହନ ମିଶ୍ର ମୁଖ୍ୟ ବକ୍ତା, ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ତଥା ବିଶିଷ୍ଟ ଲେଖକ ଓ କବି ଗୋସ୍ବାମୀ ଗୋଲାମ ଦେବତା ସମ୍ମାନିତ ଅତିଥି ଓ ବିଶିଷ୍ଟ ସାହିତ୍ୟିକା ଲେଖିକା ତଥା ଅନୁବାଦିକା ବିଜୟ ଲକ୍ଷ୍ମୀ ମହାନ୍ତି ପଟ୍ଟନାୟକ ସମ୍ମାନୀୟା ଅତିଥି ଭାବେ ଯୋଗଦେଇ ଥିଲେ।

ପ୍ରକାଶ ଥାଉକି “ଅସରନ୍ତି ଅପରାହ୍ନ” ଇଂ. ନାୟକଙ୍କ ରଚିତ ପୁସ୍ତକ ତାଙ୍କ ୩୮ତମ ବିବାହ ବାର୍ଷିକୀ, ୩୮ତମ କର୍ମମୟ ଜୀବନ ସମୟରେ ଲିଖିତ ହୋଇଥିବାରୁ ଏହା ଏକ ଅନନ୍ୟ ଅନୁଭୁତି ବୋଲି ସେ ପ୍ରକାଶ କରିଛନ୍ତି।  ଇଂ. ନାୟକଙ୍କ ଝିଅ ଅର୍ପିତା ରାଣୀ ନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିବା ଉକ୍ତ କାର୍ୟ୍ୟକ୍ରମକୁ ଦୁର ଦର୍ଶନ ସମ୍ବାଦ ପାଠିକା ଅନୁସୂୟା ସାହୁ ସୂଚାରୁ ରୂପେ ସଞ୍ଚାଳନ କରିଥିଲେ।

Leave a Reply

Your email address will not be published. Required fields are marked *