କାଠଯୋଡିରୁ ଉଦ୍ଧାର ହୋଇଥିବା ମୃତ ମହିଳାଙ୍କ ପରିଚୟ ମିଳିଲା – ସେ ଜଣେ ଡାକ୍ତରୀ ଛାତ୍ରୀ

ବ୍ରିଜ୍ ଉପରୁ ମିଳିଥିଲା ତାଙ୍କ ବ୍ୟାଗ୍ ଓ ଚପଲ
କଟକ, ୦୫/୦୬/୨୦୨୬ (ଓଡ଼ିଶା ସମାଚାର)- ଗତକାଲି ଗୁରୁବାର ଦିନ କାଠଯୋଡିରୁ ଜଣେ ଯୁବତୀଙ୍କ ମୃତଦେହ ମୃତ ଦେହ ଉଦ୍ଧାର କରାଯାଇଥିଲା । କଟକ ତ୍ରିଶୁଳିଆ ସୁଭାଷ ସେତୁ ନିକଟ କାଠଯୋଡ଼ିରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ମୃତକ ବାଲେଶ୍ୱର ସରକାରୀ ମେଡିକାଲ କଲେଜର ଜଣେ ଶେଷ ବର୍ଷର ଛାତ୍ରୀ । ତାଙ୍କ ଘର ମୟୂରଭଞ୍ଜ ଜିଲା ଉଦଳା ଅଂଚଳରେ ବୋଲି ଜଣାପଡିଛି । ଖବର ଅନୁଯାୟୀ, ସେତୁ ଉପରେ ବ୍ୟାଗ ଓ ଚପଲ ପଡ଼ିଥିବା ସକାଳୁ ମର୍ଣ୍ଣିଂୱାକ୍ କରୁଥିବା ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ ।

ବାରଙ୍ଗ ଥାନା ପୋଲିସ ଓ ଅଗ୍ନିଶମ ବାହିନୀ ପହଂଚି ଯୁବତୀଙ୍କ ମୃତଦେହ ଉଦ୍ଧାରକରି ବ୍ୟବଛେଦ ପାଇଁ କଟକ ବଡ଼ମେଡ଼ିକାଲ ପଠାଇଥିଲେ । ବ୍ରିଜ୍ ଉପରେ ତାଙ୍କ ବ୍ୟାଗ ଓ ଚପଲ ଥିଲା । ତାଙ୍କ ବ୍ୟାଗରୁ ମିଳିଥିବା ଡକ୍ଟର ପ୍ରେସକ୍ରିପସନରୁ ସେ ଚନ୍ଦ୍ରିକା ହେମ୍ବ୍ରମ ଏବଂ ତାଙ୍କ ବୟସ ୨୮ ବର୍ଷ ବୋଲି ଜଣାପଡିଥିଲା । ବ୍ୟାଗରୁ ପୋଲିସ ଗୋଟିଏ ମୋବାଇଲ ପାଇ ମୃତକଙ୍କ ପରିବାର ସହ ଯୋଗାଯୋଗ କରିଥିଲା । ସେତୁ ଉପରୁ ଯୁବତୀ ଜଣକ ନଦୀ ପାଣିକୁ ଡେଇଁ ପଡ଼ିଥିବା ଲୋକେ କହୁଥିବା ବେଳେ ଯୁବତୀ ଜଣଙ୍କ ସେତୁରୁ ଡେଉଁ ପଡିଛନ୍ତି ନାଁ କେହି ତାଙ୍କୁ ମାରି ଫିଙ୍ଗି ଦେଇଛି ଉଭୟ ଦିଗକୁ ନେଇ ତଦନ୍ତ କରୁଛି ପୋଲିସ । ତେବେ କେଉଁ ପରିସ୍ଥିତିରେ ଯୁବତୀ ଜଣକ ଏଠାକୁ ଆସିଲେ ଓ ଯଦି ଆତ୍ମହତ୍ୟା କରିଥିବେ ଏହି ସ୍ଥାନକୁ କାହିଁକି ବାଛିଲେ ଏପରି ଅନେକ ଦିଗକୁ ନେଇ ପୋଲିସ ଅନୁସନ୍ଧାନ ଚଳାଇଛି । ତେବେ ପ୍ରେମ ବ୍ୟାପାରକୁ ନେଇ ଏଭଳି ଘଟଣା ଘଟି ଥାଇପାରେ ବୋଲି ସନ୍ଦେହ କରାଯାଉଛି । ମୃତକଙ୍କ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

କାଠଯୋଡ଼ି ନଦୀରୁ ଉଦ୍ଧାର ହେଲା ଆଉଜଣେ ମହିଳାଙ୍କ ମୃତଦେହ

Leave a Reply

Your email address will not be published. Required fields are marked *