ଓଡିଶା ଦିବସ ୨୦୨୬ ଏଵଂ ଜିଲ୍ଲା ମହୋତ୍ସବ ‘ କଲ୍ଲୋଳ’ ୨୦୨୬ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଜଗତସିଂହପୁର, ୦୨/୦୩/୨୦୨୬ (ଓଡ଼ିଶା ସମାଚାର)- ଆଜି ଅପରାହ୍ନ ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଓଡିଶା ଦିବସ ୨୦୨୬ ଏଵଂ ଜିଲ୍ଲା ମହୋତ୍ସବ ‘ କଲ୍ଲୋଳ’ ୨୦୨୬ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ତଥା, ଅଧ୍ୟକ୍ଷ, ଜିଲ୍ଲା ସଂସ୍କୃତି ପରିଷଦ, ଶ୍ରୀ ଜେ ସୋନାଲ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି ପ୍ରସ୍ତୁତି ବୈଠକ ରେ ମାନ୍ୟବର ସାଂସଦ ଜଗତସିଂହପୁର ଶ୍ରୀ ବିଭୁ ପ୍ରସାଦ ତରାଇ , ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଙ୍କିତ କୁମାର ବର୍ମା,ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ରାଉତ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ,  ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରବି ନାରାୟଣ ଜେଠୀ ଏବଂ ଜଗତସିଂହପୁର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ ମଞ୍ଚାସୀନ ଥିଲେ।

ପ୍ରଥମେ ଓଡ଼ିଶା ଦିବସ ପାଳନ ର କାର୍ଯ୍ୟସୂଚୀ ପାଠ କରଯାଇଥିଲା। ଏହାପରେ ଉପସ୍ଥିତ ସମସ୍ତ ବୁଦ୍ଧିଜୀବି ମାନଙ୍କ ସହ ସାଂସଦ ଶ୍ରୀ ବିଭୁ ପ୍ରସାଦ ତରାଇ, ଏବଂ ଜିଲ୍ଲାପାଳ ଆସନ୍ତା ଏପ୍ରିଲ୍ ୧ ତାରିଖରୁ ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ  ହେବାକୁ ଥିବା ଜିଲ୍ଲା ମହୋତ୍ସବ କଲ୍ଲୋଳ ର ପ୍ରସ୍ତୁତି ବିଷୟ ରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ ଏବଂ ଏଥି ନିମନ୍ତେ ସେମାନଙ୍କର ସୁଚିନ୍ତିତ ମତାମତ କାମନା କରିଥିଲେ। ସାଂସଦ ଜିଲ୍ଲା ରେ ହେବାକୁ ଥିବା ଏହି ମହୋତ୍ସବ ସମସ୍ତ ଜିଲ୍ଲା ବାସୀ ଙ୍କ ର ଓ ଏହାକୁ ସୂଚାରୁ ରୂପେ ସଂପାଦନ କରିବା ସମସ୍ତ ଙ୍କ ଦାୟିତ୍ଵ ବୋଲି କହିଥିଲେ। ପ୍ରତ୍ୟେକ ଜଗତସିଂହପୁରବାସୀ ଭାବପ୍ରବଣତା ଓ ଆତ୍ମୀୟତା ର ସହ ଚଳିତ ବର୍ଷ ଆହୁରି ସୁନ୍ଦର ଭାବେ ଏହି ମହୋତ୍ସବ କୁ ସଂପାଦନ କରିବାପାଇଁ ସହଯୋଗ କରିବାକୁ ସେ ବକ୍ତବ୍ୟ ରଖିଥିଲେ।

ଏଥିସହିତ ଆଦିପତ୍ର ସ୍ମରଣିକା ନିମନ୍ତେ ଲେଖାଗୁଡ଼ିକ ଜଗତସିଂହପୁର ଜିଲ୍ଲାର ଭାବୀ ଭବିଷ୍ୟତ ସମ୍ବଳିତ ହେବା ଆବଶ୍ୟକ ବୋଲି ପରାମର୍ଶ ଦେଇଥିଲେ। ବୈଠକ ରେ ଜିଲ୍ଲା ମହୋତ୍ସବ ର ସ୍ଥାନ ନିରୂପଣ, ଅତିଥି ଚୟନ, କାର୍ଯ୍ୟ ସମ୍ପାଦନ ନିମନ୍ତେ ବିଭିନ୍ନ କମିଟି ଗଠନ ତଥା କମିଟି ସଦସ୍ୟ ମନୋନୟନ, ଆୟ ବ୍ୟୟ ହିସାବ, ୫ ଦିନର କାର୍ଯ୍ୟସୂଚୀ ଆଦି ବିଷୟ ରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା। ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଏହାର ସଫଳ ରୂପାୟନ ନିମନ୍ତେ ଉପସ୍ଥିତ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ବୈଠକ ର ପ୍ରାରମ୍ଭ ରେ  ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ପ୍ରତିଚୀ ତନୟା ମହାନ୍ତି ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ପରେ ଓଡ଼ିଶା ଦିବସ ର କାର୍ଯ୍ୟ ସୂଚୀ ପାଠ କରିଥିଲେ।

ଓଡିଶା ଦିବସ ଉପଲକ୍ଷେ ଏପ୍ରିଲ ଏକ ତାରିଖ ପ୍ରାତଃ ୪ ଘଟିକା ସମୟ ରେ ଡ଼ାକବାଜି ଯନ୍ତ୍ର ଯୋଗେ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସହର ରେ ଦେଶାତ୍ମ ବୋଧକ ସଙ୍ଗୀତ ଗାନ,ସକାଳ ୬ ଘଟିକା ସମୟ ରେ ବିଦ୍ୟାଳୟ ମାନଙ୍କରେ ପ୍ରଭାତ ଫେରି, ସହର ରେ ଥିବା ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ, ଗୋପବନ୍ଧୁ ନଗର ଉଦ୍ୟାନ ଠାରେ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବନ୍ଦେ ଉତ୍କଳ ଜନନୀ  ଗାନ,୧ ମ ରୁ ୩ୟ, ୪ର୍ଥ ରୁ ୫ମ, ୬ ଷ୍ଠ ରୁ ୮ମ ବର୍ଗରେ ଓଡିଆ ବକ୍ତୃତା, ଦେଶାତ୍ମବୋଧକ ସଙ୍ଗୀତ ଏବଂ ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତର ରେ କୁଇଜ୍ ପ୍ରତିଯୋଗିତା ଆୟୋଜନ କରାଯିବା ପାଇଁ ସ୍ଥିରୀକୃତ ହେଇଥିଲା। ଏଥିସହିତ ନୂତନ ଭାବେ ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଚିତ୍ରାଙ୍କନ ପ୍ରତିଯୋଗିତା ଓ ମହାବିଦ୍ୟାଳୟ ସ୍ତରରେ ସ୍ବପ୍ନ ର ଜଗତସିଂହପୁର ବିଷୟବସ୍ତୁ ଆଧାରିତ ପ୍ରଦର୍ଶନୀ ଆୟୋଜନ କରାଯିବ ବୋଲି ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଚନା ଦେଇଥିଲେ।ବ୍ଲକ୍ ଓ ପୌର ପରିଷଦ ସ୍ତର ରେ ତା ୨୩.୦୩.୨୫ ଏବଂ ଜିଲ୍ଲା ସ୍ତର ରେ ୨୫.୦୩.୨୫ ରିଖ ରେ ଏହି ସମସ୍ତ ପ୍ରତିଯୋଗିତା ଆୟୋଜନ କରାଯିବା ନେଇ ବୈଠକ ରେ ସ୍ଥିର ହୋଇଥିଲା।

ଜିଲ୍ଲା ସସ୍କୃତି ଅଧିକାରୀ କାର୍ଯ୍ୟ ସୂଚୀ ଅନୁଯାୟୀ ବୈଠକ କୁ ଆଗେଇ ନେଇଥିଲେ ଓ ଶେଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ପ୍ରସ୍ତୁତି ବୈଠକ ରେ  ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ନିର୍ବାହୀ ଅଧିକାରୀ, ପୌର ପରିଷଦ,ବିଡ଼ିଓ, ତହସିଲଦାର, ସହାୟକ ତଥା ସହକାରୀ ଜିଲ୍ଲାପାଳ, ଜିଲ୍ଲା ର ବରିଷ୍ଠ ବୁଦ୍ଧିଜୀବି, ଆଇନଜିଵୀ, ସମାଜସେବୀ ଏବଂ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ସକ୍ରିୟ ଅଂଶ ଗ୍ରହଣ କରିବା ସହ ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ।

Leave a Reply

Your email address will not be published. Required fields are marked *