ରାଜଧାନୀରେ ଗୁଳିକାଣ୍ଡ

ଭୁବନେଶ୍ୱର,୧୦/୦୫/୨୦୨୫ (ଓଡ଼ିଶା ସମାଚାର)-  ରାଜଧାନୀରେ ଗୁଳିକାଣ୍ଡ। ଗତକାଲି ବିଳମ୍ବିତ ରାତିରେ ଡମଣାରେ ଥିବା ଏକ ବାର୍ ଖୋଲାଥିବାବେଳେ କିଛି ଦୁର୍ବୁତ୍ତ ଗୁଳିମାଡ କରିଥିଲେ।

ଏଥିରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି। ଆହତ ବ୍ୟକ୍ତିଙ୍କ ପରିଚୟ ମିଳିପାରିନାହିଁ। ଗୁଳିକାଣ୍ଡ ପରେ ଦୁର୍ବୁତ୍ତମାନେ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ। ଖବର ପାଇ ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ସିସି ଟିଭି ଯାଞ୍ଚ କରିବା ସହ ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *