ରାଜ୍ୟର ର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ

ଭୁବନେଶ୍ୱର,୧୦/୦୫/୨୦୨୫ (ଓଡ଼ିଶା ସମାଚାର)-  ଓଡ଼ିଶା ସରକାର  ରାଜ୍ୟର ର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି । ଏନେଇ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶାନାମା ଜାରି ହୋଇଛି। କୌଣସି IPS ଅଫିସର ମୁଖ୍ୟାଳୟ ନ ଛାଡ଼ିବାକୁ ନିର୍ଦ୍ଦେଶ ଜାରି ହୋଇଛି। ଏଥିସହିତ ଛୁଟିଲେ ଥିଲେ ତୁରନ୍ତ ଆସି କାର୍ଯ୍ୟରେ ଯୋଗ ଦେବାକୁ ମଧ୍ୟ ନିର୍ଦ୍ଦେଶନାମା ଜାରି କରାଯାଇଛି।

ଟ୍ରେନିଂରେ ଥିଲେ ବି କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ରହିଛି। ଏନେଇ ଓଡ଼ିଶା ପୋଲିସ ଡିଜିଙ୍କୁ ଗୃହ ବିଭାଗ ପକ୍ଷରୁ ଚିଠି ମାଧ୍ୟମରେ ଜଣାଇ ଦିଆଯାଇଛି। କୌଣସି IPS ଅଫିସରଙ୍କୁ ଛୁଟି ଦିଅନାହିଁ ବୋଲି ଗୃହ ବିଭାଗ ପକ୍ଷରୁ କୁହାଯାଇଛି। ଭାରତ-ପାକିସ୍ତାନ ଯୁଦ୍ଧ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି।

Leave a Reply

Your email address will not be published. Required fields are marked *