ଜାତୀୟ କୃମିନାଶକ ଦିବସ ପାଳନ ଉପଲକ୍ଷେ ସାମ୍ବାଦିକ ସମ୍ମିଳନୀ

କେନ୍ଦ୍ରାପଡ଼ା, ୦୯/୦୨/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସହରର ପୁରୁଣା ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଜାତୀୟ କୃମିନାଶକ ଦିବସ ଉପଲକ୍ଷେ ଜିଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ଫେବୃୟାରୀ୧୦ତାରିଖରେ ଜାତୀୟ କୃମିନାଶକ ଦିବସ ପାଳନ କରାଯିବ । ଏହି ଉପଲକ୍ଷେ ଅଧିକ ପ୍ରଚାର ପ୍ରସାର ନିମନ୍ତେ ଜିଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ୧ବର୍ଷରୁ ୧୯ବର୍ଷ ମଧ୍ୟରେ ଥିବା ଶିଶୁ, କିଶୋର, ବାଳକ ଓ ବାଳିକାମାନଙ୍କୁ କୃମି ନାଶକ ବଟିକା ପ୍ରଦାନ କରାଯିବ । ଆଶାକର୍ମୀ ଓ ବିଦ୍ୟାଳୟର ନୋଡାଲ ଶିକ୍ଷକମାନଙ୍କୁ ଏସମ୍ପର୍କରେ ତାଲିମ ପ୍ରଦାନ କରାଯିବା ପରେ ଆସନ୍ତା କାଲି ପ୍ରତି ସ୍କୁଲରେ ଶିଶୁମାନଙ୍କୁ ଏହି ବଟିକା ପ୍ରଦାନ କରାଯିବ । ଏଥିରୁ ବଂଚିତ ଅନ୍ୟମାନଙ୍କୁ ଫେବୃୟାରୀ ୧୭ତାରିଖରେ ବଟିକା ବଂଟନ କରାଯିବ । ପ୍ରଥମ ପର୍ଯ୍ୟାୟରେ ୫ଲକ୍ଷ ଶିଶୁଙ୍କୁ କୃମିନାଶକ ବଟିକା ବଂଟନ କରାଯିବାକୁ ଜିଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହି ଅବସରରେ ସାମ୍ବାଦିକମାନଙ୍କ ବିଭିନ୍ନ ପ୍ରଶ୍ନର ଉତର ଦେଇ ଅତିରିକ୍ତ ଜିଲା ଚିକିତ୍ସା ଅଧିକାରୀ(ପରିବାର କଲ୍ୟାଣ) ଡା. ସଚିଦାନନ୍ଦ ମିଶ୍ର ଏହା କହିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏସଏମଓ ଡା. ଅର୍ଚ୍ଚନା ନାୟକଡା. ନୃପେନ ଶତପଥୀ, କୃଷ୍ଣଚନ୍ଦ୍ର ଲୋହା, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶୋକ କୁମାର ବଳିଆରସିଂହ, ଜିଲା ସ୍ୱାସ୍ଥ୍ୟ ସମିତିର କର୍ମକର୍ତା ଓ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ । ଡିପିଏଚସିଓ ମୀନତୀ ମହାପାତ୍ର କାର୍ଯ୍ୟକ୍ରମର ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *