ଭୁବନ ୨୩/୧୨/୨୦୨୪ (ଓଡ଼ିଶା ସମାଚାର)-ଭୁବନ ଏନ ଏ ସି ର ପୂର୍ବତନ ନଗରପାଳ ଯୁଧିଷ୍ଠିର ସାହୁ (୭୮) ଙ୍କ ର ରବିବାର ସଂଧ୍ୟାରେ ତାଙ୍କ ଲତବିଲ ସ୍ଥିତ ବାସଭବନ ରେ ପରଲୋକ ହୋଇଯାଇଛି । ଶ୍ରୀଯୁକ୍ତ ସାହୁ ଗତ କିଛି ଦିନ ହେଲା ଅସୁସ୍ଥ ଥିଲେ । ଶ୍ରୀ ସାହୁ ଙ୍କ ପରଲୋକ ଖବର ପାଇ କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା,ନଗରପାଳ ଶୁଭେନ୍ଦୁ ସାହୁ,୧ ନମ୍ବର ୱାର୍ଡ କାଉନସିଲର ଗିରିଧାରୀ ସାହୁ ଙ୍କ ସମେତ ବ୍ଲକ , ଏନ୍ ଏ ସି ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଘରେ ପହଞ୍ଚି ଅନ୍ତିମ ଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହ ଶୋକାକୁଳ ପରିବାର ବର୍ଗ ଙ୍କୁ ସମବେଦନା ଜଣାଇଥିଲେ । ଶ୍ରୀ ସାହୁ ୧୯୭୪ ମସିହାରେ ପ୍ରଥମେ କାଉନସିଲର ଏବଂ ପରେ ୧୯୮୪ ମସିହାରେ ଭୁବନ ଏନ୍ ଏ ସି ର ନଗରପାଳ ହୋଇ ବହୁ ବିକାଶ ମୂଳକ କାର୍ଯ୍ୟ କରିଥିଲେ । ଭୁବନ ରେ ସାଇ ଟକିଜ ( ସିନେମା ହଲ ) ପ୍ରତିଷ୍ଠା କରିଥିବାରୁ ଆଧୁନିକ ଭୁବନ ର ନିର୍ମାତା ବୋଲି କୁହାଯାଉଥିଲା । ଭାରତୀୟ ଜାତୀୟ କଂଗ୍ରେସ ର ଆଜୀବନ ସଦସ୍ୟ ଥିବା ଶ୍ରୀ ସାହୁ ଭୁବନ ତଥା ଢେଙ୍କାନାଳ ଜିଲ୍ଲାରେ କଂଗ୍ରେସ ଦଳର ଜଣେ ଆଗ ଧାଡ଼ିର ନେତା ଭାବେ ପରିଚିତ ଥିଲେ । ଢେଙ୍କାନାଳ ରାଜା ସାହେବ କେ ପି ସିଂଦେଓ ଙ୍କ ଅତ୍ୟନ୍ତ ଘନିଷ୍ଟ ତଥା ପରିବାର ସଦସ୍ୟ ଭଳି ଥିଲେ । ଅତ୍ୟନ୍ତ ଶାନ୍ତ,ସରଳ, ଭଦ୍ର,ନମ୍ର ସ୍ୱଭାବର ବ୍ୟକ୍ତି ହୋଇ ଥିବାରୁ ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି।