ସବୁ ଜିଲ୍ଲାପାଳ, ଆରଡିସି ଓ ଆଇପିଏସ ଅଫିସରଙ୍କ ଛୁଟି ବାତିଲ

ଭୁବନେଶ୍ୱର,୧୦/୦୫/୨୦୨୫ (ଓଡ଼ିଶା ସମାଚାର)- ସୀମାରେ ଯୁଦ୍ଧ ଜାରି ରହିଛି। ତେଣୁ କେଉଁ ପରିସ୍ଥିତିରେ କିଛି ବି ଘଟିପାରେ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାଜ୍ୟର ସବୁ ଜିଲ୍ଲାପାଳ , ଆରଡିସି ଏବଂ ଆଇପିଏସ୍ ଅଫିସର ମାନଙ୍କ ଛୁଟି ବାତିଲ କରିଛନ୍ତି।

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଛୁଟିରେ ଥିବା ଜିଲ୍ଲାପାଳ ଓ ଆରଡିସିଙ୍କୁ ତୁରନ୍ତ ମୁଖ୍ୟାଳୟକୁ ଫେରିବା ସହ କାର୍ଯ୍ୟରେ ଯୋଗଦେବାକୁ କୁହାଯାଇଛି।

Leave a Reply

Your email address will not be published. Required fields are marked *