ନିରାକାରପୁର,୦୩/୦୧/୨୦୨ ୪ (ଓଡ଼ିଶା ସମାଚାର)-ମଙ୍ଗଳବାର ଦିନ ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଶଗଡ଼ଭଙ୍ଗା ଗ୍ରାମର ଆଶକର୍ମା ଜୟନ୍ତୀ ବଳିୟାରସିଂହଙ୍କ ପୁତ୍ର ରଶ୍ମି ରଞ୍ଜନ ବଳିଆରସିଂହଙ୍କୁ ତାଙ୍କ ଘରେ ଧର୍ମ ପୁଅ ତଥା ରଶ୍ମି ସହିତ ଭାଇ ଭଳି ଚଳୁଥିବା ସୋମନାଥ ଲାଠିକୁ ପୋଲିସ ଯାଜପୁର ଅଞ୍ଚଳରୁ ଆଣି ଅଟକ ରଖି ପଚରାଉଚରା କରୁଥିବା ଶୁଣିବାକୁ ମିଳିଥିବାବେଳେ ପୋଲିସ ଆସନ୍ତାକାଲି ସାମ୍ବାଦିକ ସମ୍ମିଳନୀ କରି ସୂଚନା ପ୍ରଦାନ କରିବ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି। ୨୪ ଘଣ୍ଟା ନ ପୁରୁଣୁ ଅପରାଧୀକୁ ପୋଲିସ ନିଜ କବଜାରେ ଆଣି ଥିବାରୁ ପୋଲିସ ପାଇଁ ଏହା ବଡ ଚ୍ୟାଲେଞ୍ଜ ବିଷୟ ଥିଲା।ସୂଚନାଯୋଗ୍ୟ କି ଶଗଡ଼ଭଙ୍ଗା ଗ୍ରାମକୁ ପୁରୀ ଜିଲା ଚନ୍ଦନପୁର ଥାନା ଅନ୍ତର୍ଗତ କୁଳିଆପଡ଼ା ଗ୍ରାମର ସୋମନାଥ ଲାଠି ଗ୍ରାମରେ ଅନୁଷ୍ଠିତ କାଳୀଦଳନ ନାଟକରେ ନାରୀ ଚରିତ୍ର ଯଶୋଦା ଭୂମିକାରେ ଅଭିନୟ କରିବାକୁ ଆସୁଥିବାବେଳେ ନାଟକ ଲାଇନରେ ସଂପୃକ୍ତ ଉକ୍ତ ଗ୍ରାମର ଜୟନ୍ତୀ ବଳିୟାରସିଂହ(୫୧) ପିତା ସ୍ୱର୍ଗତ ରବିନ୍ଦ୍ର ବଳିୟାରସିଂହଙ୍କ ପୁତ୍ର ରଶ୍ମିରଞ୍ଜନ ବଳିୟାରସିଂହ ଓରଫ ନିଲୁ (୩୦) ସହ ବନ୍ଧୁତା ହେଲା । ପରେ ବନ୍ଧୁତା ଏତେ ନିବିଡ଼ ହେଲା ଯେ ସୋମନାଥକୁ ଜୟନ୍ତୀ ବଳିୟାରସିଂହ ଧର୍ମପୁଅ ବୋଲି ସମ୍ବୋଧନ କରି ନିଜ ପୁଅ ଭଳି ବ୍ୟବହାର ଦେଖାଇଥିଲେ । ଏହାର ସୁଯୋଗ ନେଇ ସେମାନାଥ ଆସି ବିଭିନ୍ନ ସମୟରେ ଶଗଡ଼ଭଙ୍ଗା ରେ ଜୟନ୍ତୀଙ୍କ ଘରେ ରହିବା ସହିତ ନିଲୁ ସହିତ ଭାଇ ଭଳି ବିଭିନ୍ନ କାମ କାର୍ଯ୍ୟରେ ସହଯୋଗ କରୁଥିଲା । ଜୟନ୍ତୀ ପରିବରରେ ପୁଅ ରଶ୍ମିରଞ୍ଜନ ଓ ଗୋଟିଏ ଝିଅ ରହୁଥିବାବେଳେ ଝିଅ ଉଚ୍ଚ ଶିକ୍ଷା ପାଇଁ ବାହାରରେ ରହି ଆସୁଥିଲେ । ନିଲୁ ରାମ ନାଟକରେ ଅଭିନୟ କରୁଥିବାବେଳେ ଅଭିନୟ କରୁଥିବା ଅନ୍ୟ ଜଣେ ଯୁବତୀ ଅଭିନେତ୍ରୀ ସହିତ ପ୍ରେମ ସଂପର୍କ ଗଢି ଉଠିଥିବାର ଶୁଣି ଏହାକୁ ସହ୍ୟ କରିପାରି ନଥିଲା ସୋମନାଥ । ସେ ଉଭୟଙ୍କ ପ୍ରେମ ଓ ଆଗକୁ ହେବାକୁ ଥିବା ବିବାହକୁ ବିରୋଧ କରୁଥିଲା । ଏଭଳି କିଛି କଥା ଓ ଅନ୍ୟ କିଛି କଥାକୁ ନେଇ ମାସେ ତଳେ ଜୟନ୍ତୀଙ୍କ ପରିବାର ସୋମନାଥ ସହିତ ବଚସା ହେବା ସହ ଘରକୁ ଆସିବାକୁ ବାରଣ କରିଥିଲେ । ଫଳରେ ସୋମନାଥ ଗ୍ରାମକୁ ପଳାଇ ଯାଇଥିଲା । ଗତ ୩୧ ତାରିଖରେ ପୁନର୍ବାର ଆସି ଗ୍ରାମରେ ହେଉଥିବା ନାଟକ ଦେଖିବା ସହିତ ୧ ତାରିଖରେ ନିକଟ ଚମ୍ପତିପୁର ନାଟକରେ ଅଭିନୟ କରିବାକୁ ନିଲୁ ଯାଉଥିବାବେଳେ ସୋମନାଥକୁ ମନା କରିବା ସ୍ଵତ୍ତେ ନିଲୁର ଅଭିନୟ ଦେଖିବାକୁ କହି ତା ସହିତ ନାଟକ ଦେଖିବାକୁ ଯାଇଥିଲା । ପରେ ମଙ୍ଗଳବାର ଆସି ଉଭୟ ଘରେ ଶୋଇଥିବାବେଳେ ମାଆ ଆଶାକର୍ମୀ ଜୟନ୍ତୀ ନିଜର ଡ଼ି୍ୟୁଟି କରିବାକୁ ୯ଟାରେ ଯାଇ ଦିନ ୩ଟାରେ ଘରେ ଆସିବା ପରେ ଘର ଆଗପଟୁ ଚାବି ପଡ଼ିଥିବା ଦେଖି ଭାବିଥିଲେ ଦୁଇଜଣ ଯାକ ବୋଧେ କେଉଁଠାକୁ ଯାଇଛନ୍ତି । ପରେ ଅଧିକା ସମୟ ହେବା ପରେ ନିଶୁଣୀ ପକାଇ ସ୍କାଇଲାଇଟ ପଟେ ପାଣି ମାରିଥିଲେ । ଅଧିକ ସନ୍ଦେହ ହେବା ପରେ ଚାବି ଭାଙ୍ଗି ଦେଖିବାବେଳକୁ ପୁଅକୁ ହତ୍ୟା କରି ସୋମନାଥ ଫେରାର ହୋଇ ଯାଇଥିଲା। ପରେ ପୋଲିସ ଟିମ ଗଠନ କରି ସୋମନାଥ ର ମୋବାଇଲ ଟ୍ରାକିଙ୍ଗ କରି ଗତ କାଲି ରାତିରେ କଟକ ଯାଜପୁର ଅଞ୍ଚଳରୁ ଆଣି ଅଟକ ରଖି ପଚରାଉଚରା କରୁଥିବା ଶୁଣିବାକୁ ମିଳୁଛି। ଆସନ୍ତାକାଲି ଜଂକିଆ ଥାନାରେ ପ୍ରେସମିଟ ଜରିଆରେ ପୋଲିସ ସୂଚନା ପ୍ରଦାନ କରିବ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି।
Related Posts
ସେପ୍ଟେମ୍ବର ୧୩ ରେ ରାଷ୍ଟ୍ରୀୟ ଲୋକ ଅଦାଲତ
ଜଗତସିଂହପୁର ୨୬/୦୮/୨୦୨୫ (ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲା ସ୍ତରୀୟ ଓ ତାଲୁକ ସ୍ତରୀୟ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ସେପ୍ଟେମ୍ବର ମାସ ୧୩ ତାରିଖରେ…
ହୋଟେଲ ମ୍ୟାନେଜମେଣ୍ଟରେ ଆତ୍ମନିଯୁକ୍ତି ପାଇଁ ଶ୍ରବଣବାଧିତଙ୍କୁ ଦକ୍ଷତା ତାଲିମ
ଭୁବନେଶ୍ୱର, ୧୨/୦୩/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ତାଲିମ ଓ ଦକ୍ଷତାବିକାଶ ମାଧ୍ୟମରେ ଶ୍ରବଣବାଧିତ ଯୁବକଯୁବତୀମାନଙ୍କୁ ହୋଟେଲ ମ୍ୟାନେଜମେଣ୍ଟରେ ନିଯୁକ୍ତି ସୁଯୋଗ ପ୍ରଦାନ କରିବା ପାଇଁ ସାମାଜିକ ସୁରକ୍ଷା…
କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ଙ୍କ ସମୀକ୍ଷା ବୈଠକ, ଉନ୍ନୟନ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ପରାମର୍ଶ
କଟକ ସଦର,୧୬/୭/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଵ୍ଲକର ଏକ ସମୀକ୍ଷା ବୈଠକ ଆଜି ମଙ୍ଗଳବାର ଦିନ ସମିତି ସଭା ଗୃହରେ ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ…
