ନିରାକାରପୁର,୦୩/୦୧/୨୦୨ ୪ (ଓଡ଼ିଶା ସମାଚାର)-ମଙ୍ଗଳବାର ଦିନ ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଶଗଡ଼ଭଙ୍ଗା ଗ୍ରାମର ଆଶକର୍ମା ଜୟନ୍ତୀ ବଳିୟାରସିଂହଙ୍କ ପୁତ୍ର ରଶ୍ମି ରଞ୍ଜନ ବଳିଆରସିଂହଙ୍କୁ ତାଙ୍କ ଘରେ ଧର୍ମ ପୁଅ ତଥା ରଶ୍ମି ସହିତ ଭାଇ ଭଳି ଚଳୁଥିବା ସୋମନାଥ ଲାଠିକୁ ପୋଲିସ ଯାଜପୁର ଅଞ୍ଚଳରୁ ଆଣି ଅଟକ ରଖି ପଚରାଉଚରା କରୁଥିବା ଶୁଣିବାକୁ ମିଳିଥିବାବେଳେ ପୋଲିସ ଆସନ୍ତାକାଲି ସାମ୍ବାଦିକ ସମ୍ମିଳନୀ କରି ସୂଚନା ପ୍ରଦାନ କରିବ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି। ୨୪ ଘଣ୍ଟା ନ ପୁରୁଣୁ ଅପରାଧୀକୁ ପୋଲିସ ନିଜ କବଜାରେ ଆଣି ଥିବାରୁ ପୋଲିସ ପାଇଁ ଏହା ବଡ ଚ୍ୟାଲେଞ୍ଜ ବିଷୟ ଥିଲା।ସୂଚନାଯୋଗ୍ୟ କି ଶଗଡ଼ଭଙ୍ଗା ଗ୍ରାମକୁ ପୁରୀ ଜିଲା ଚନ୍ଦନପୁର ଥାନା ଅନ୍ତର୍ଗତ କୁଳିଆପଡ଼ା ଗ୍ରାମର ସୋମନାଥ ଲାଠି ଗ୍ରାମରେ ଅନୁଷ୍ଠିତ କାଳୀଦଳନ ନାଟକରେ ନାରୀ ଚରିତ୍ର ଯଶୋଦା ଭୂମିକାରେ ଅଭିନୟ କରିବାକୁ ଆସୁଥିବାବେଳେ ନାଟକ ଲାଇନରେ ସଂପୃକ୍ତ ଉକ୍ତ ଗ୍ରାମର ଜୟନ୍ତୀ ବଳିୟାରସିଂହ(୫୧) ପିତା ସ୍ୱର୍ଗତ ରବିନ୍ଦ୍ର ବଳିୟାରସିଂହଙ୍କ ପୁତ୍ର ରଶ୍ମିରଞ୍ଜନ ବଳିୟାରସିଂହ ଓରଫ ନିଲୁ (୩୦) ସହ ବନ୍ଧୁତା ହେଲା । ପରେ ବନ୍ଧୁତା ଏତେ ନିବିଡ଼ ହେଲା ଯେ ସୋମନାଥକୁ ଜୟନ୍ତୀ ବଳିୟାରସିଂହ ଧର୍ମପୁଅ ବୋଲି ସମ୍ବୋଧନ କରି ନିଜ ପୁଅ ଭଳି ବ୍ୟବହାର ଦେଖାଇଥିଲେ । ଏହାର ସୁଯୋଗ ନେଇ ସେମାନାଥ ଆସି ବିଭିନ୍ନ ସମୟରେ ଶଗଡ଼ଭଙ୍ଗା ରେ ଜୟନ୍ତୀଙ୍କ ଘରେ ରହିବା ସହିତ ନିଲୁ ସହିତ ଭାଇ ଭଳି ବିଭିନ୍ନ କାମ କାର୍ଯ୍ୟରେ ସହଯୋଗ କରୁଥିଲା । ଜୟନ୍ତୀ ପରିବରରେ ପୁଅ ରଶ୍ମିରଞ୍ଜନ ଓ ଗୋଟିଏ ଝିଅ ରହୁଥିବାବେଳେ ଝିଅ ଉଚ୍ଚ ଶିକ୍ଷା ପାଇଁ ବାହାରରେ ରହି ଆସୁଥିଲେ । ନିଲୁ ରାମ ନାଟକରେ ଅଭିନୟ କରୁଥିବାବେଳେ ଅଭିନୟ କରୁଥିବା ଅନ୍ୟ ଜଣେ ଯୁବତୀ ଅଭିନେତ୍ରୀ ସହିତ ପ୍ରେମ ସଂପର୍କ ଗଢି ଉଠିଥିବାର ଶୁଣି ଏହାକୁ ସହ୍ୟ କରିପାରି ନଥିଲା ସୋମନାଥ । ସେ ଉଭୟଙ୍କ ପ୍ରେମ ଓ ଆଗକୁ ହେବାକୁ ଥିବା ବିବାହକୁ ବିରୋଧ କରୁଥିଲା । ଏଭଳି କିଛି କଥା ଓ ଅନ୍ୟ କିଛି କଥାକୁ ନେଇ ମାସେ ତଳେ ଜୟନ୍ତୀଙ୍କ ପରିବାର ସୋମନାଥ ସହିତ ବଚସା ହେବା ସହ ଘରକୁ ଆସିବାକୁ ବାରଣ କରିଥିଲେ । ଫଳରେ ସୋମନାଥ ଗ୍ରାମକୁ ପଳାଇ ଯାଇଥିଲା । ଗତ ୩୧ ତାରିଖରେ ପୁନର୍ବାର ଆସି ଗ୍ରାମରେ ହେଉଥିବା ନାଟକ ଦେଖିବା ସହିତ ୧ ତାରିଖରେ ନିକଟ ଚମ୍ପତିପୁର ନାଟକରେ ଅଭିନୟ କରିବାକୁ ନିଲୁ ଯାଉଥିବାବେଳେ ସୋମନାଥକୁ ମନା କରିବା ସ୍ଵତ୍ତେ ନିଲୁର ଅଭିନୟ ଦେଖିବାକୁ କହି ତା ସହିତ ନାଟକ ଦେଖିବାକୁ ଯାଇଥିଲା । ପରେ ମଙ୍ଗଳବାର ଆସି ଉଭୟ ଘରେ ଶୋଇଥିବାବେଳେ ମାଆ ଆଶାକର୍ମୀ ଜୟନ୍ତୀ ନିଜର ଡ଼ି୍ୟୁଟି କରିବାକୁ ୯ଟାରେ ଯାଇ ଦିନ ୩ଟାରେ ଘରେ ଆସିବା ପରେ ଘର ଆଗପଟୁ ଚାବି ପଡ଼ିଥିବା ଦେଖି ଭାବିଥିଲେ ଦୁଇଜଣ ଯାକ ବୋଧେ କେଉଁଠାକୁ ଯାଇଛନ୍ତି । ପରେ ଅଧିକା ସମୟ ହେବା ପରେ ନିଶୁଣୀ ପକାଇ ସ୍କାଇଲାଇଟ ପଟେ ପାଣି ମାରିଥିଲେ । ଅଧିକ ସନ୍ଦେହ ହେବା ପରେ ଚାବି ଭାଙ୍ଗି ଦେଖିବାବେଳକୁ ପୁଅକୁ ହତ୍ୟା କରି ସୋମନାଥ ଫେରାର ହୋଇ ଯାଇଥିଲା। ପରେ ପୋଲିସ ଟିମ ଗଠନ କରି ସୋମନାଥ ର ମୋବାଇଲ ଟ୍ରାକିଙ୍ଗ କରି ଗତ କାଲି ରାତିରେ କଟକ ଯାଜପୁର ଅଞ୍ଚଳରୁ ଆଣି ଅଟକ ରଖି ପଚରାଉଚରା କରୁଥିବା ଶୁଣିବାକୁ ମିଳୁଛି। ଆସନ୍ତାକାଲି ଜଂକିଆ ଥାନାରେ ପ୍ରେସମିଟ ଜରିଆରେ ପୋଲିସ ସୂଚନା ପ୍ରଦାନ କରିବ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି।
Related Posts
ଗଣମାଧ୍ୟମଙ୍କ ତତ୍ପରତା ପାଇଁ ଆଜି ଓଡ଼ିଶାର ୧ କୋଟିରୁ ଉର୍ଦ୍ଧ୍ଵ ମହିଳାଙ୍କ ପାଖେ ସୁଭଦ୍ରା ପହଞ୍ଚି ପାରିଛି – ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା
ସୁଭଦ୍ରା ଯୋଜନାର ସଫଳ ରୂପାୟନ ପାଇଁ ଗଣମାଧ୍ୟମଙ୍କୁ ଧନ୍ୟବାଦ ଦେଲେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ବିଭିନ୍ନ କାର୍ଯ୍ୟକ୍ରମ ସମ୍ବନ୍ଧରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହ ଖୋଲା ଆଲୋଚନା କରିବା…
ସ୍ୱର୍ଗତ ସୁନାକର ଦଳାଇ ଙ୍କୁ ଶ୍ରଦ୍ଧାଞ୍ଜଳି
ଯାଜପୁର,୦୩/୦୧/୨୦୨ ୪ (ଓଡ଼ିଶା ସମାଚାର)- ବରୀ ବ୍ଲକ ଅନ୍ତର୍ଗତ ଅମଠପୁର ସେବା ସମବାୟ ସମିତି ନିର୍ଦ୍ଦେଶକ ପରମେଶ୍ୱର ଦଳାଇ ଙ୍କ ପିତା ସୁନାକର ଦଳାଇ ଙ୍କ ଏକଦଶାହ…
ଅବକାରୀ ବିଭାଗର ସମୀକ୍ଷା ବୈଠକ
ବେଆଇନ କାରବାରକୁ ରୋକିବା ଓ ଦକ୍ଷତାର ସହ କାର୍ଯ୍ୟ କରିବା ଉପରେ ଗୁରୁତ୍ୱ ଦେଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ – କାର୍ଯ୍ୟଦକ୍ଷତା ବଢ଼ାଇବା ପାଇଁ ଅଧିକାରୀ ଓ…
