ଯାଜପୁରର କ୍ଷେତ୍ରାଧିସ୍ୱର ଶ୍ରୀ ଯଜ୍ଞ ବରାହ ଜୀଉଙ୍କ ସ୍ୱନକ୍ଷତ୍ର ଦିବସ ଜାନୁୟାରୀ ୧୧ ରେ —

ଯାଜପୁର, ୦୩/୦୧/୨୦୨୪ (ଓଡ଼ିଶା ସମାଚାର)-ଯାଜପୁରର କ୍ଷେତ୍ରାଧିସ୍ୱର ଶ୍ରୀ ଯଜ୍ଞ ବରାହ ଜୀଉଙ୍କ ପବିତ୍ର ସ୍ୱ ନକ୍ଷତ୍ର ଦିବସ ପାଳିତ ହୁଏ ପ୍ରତ୍ୟେକ ବର୍ଷ ପବିତ୍ର ବକୁଳ ଅମାବାସ୍ୟା ତିଥିରେ । ଚଳିତ ବର୍ଷ ଏହି ତିଥି ଜାନୁୟାରୀ ୧୧ ତାରିଖରେ ପଡୁଥିବାରୁ ବରାହ ଜୀଉଙ୍କର ଜନ୍ମ ଦିନ ପାଳନ ପାଇଁ ରୀତିନୀତି ଅନୁସାରେ କାର୍ଯ୍ୟକ୍ରମ କରାଯିବ ବୋଲି ତହସିଲଦାର-ତଥା-ମ୍ୟାନେଜିଂ ଟ୍ରଷ୍ଟି, ଶ୍ରୀ ବରାହନାଥ ଜୀଉ ଟ୍ରଷ୍ଟବୋର୍ଡ, ଯାଜପୁର ଶ୍ରୀ ଜ୍ୟୋତିକାନ୍ତ ଭୁଜବଳ ସୂଚନା ପ୍ରଦାନ କରିଚ୍ଥନ୍ତି । ଯାଜପୁର କ୍ଷେତ୍ରାଧିସ୍ୱର ଶ୍ରୀ ଯଜ୍ଞ ବରାହ ଜୀଊଙ୍କ ସ୍ୱ ନକ୍ଷତ୍ର ଉତ୍ସବର ବିଭିନ୍ନ କାର୍ଯ୍ୟ ନିର୍ଘଣ୍ଟ ଚୂଡାନ୍ତ ହୋଇଛି । ଶ୍ରୀ ଜୀଉ ଙ୍କର ଏହି ପବିତ୍ର ଓ ଦୁର୍ଲଭ ବେଶକୁ ଦର୍ଶନ କରିବା ସହ ଆଶିଷ ପ୍ରାପ୍ତ ହେବାକୁ ତହସିଲଦାର ଶ୍ରୀ ଭୁଜବଳ ଅନୁରୋଧ କରିଛନ୍ତି । ଯାଜପୁରର କ୍ଷେତ୍ରାଧିସ୍ୱର ଶ୍ରୀ ଯଜ୍ଞ ବରାହ ଜୀଉଙ୍କ ପବିତ୍ର ସ୍ୱ ନକ୍ଷତ୍ର ଦିବସର ବିଭିନ୍ନ କାର୍ଯ୍ୟ ନିର୍ଘଣ୍ଟ ଚୂଡାନ୍ତ ହୋଇଛି । ଜାନୁୟାରୀ ୧୧ ତାରିଖ ଶ୍ରୀ ଜୀଊଙ୍କ ମହାସ୍ନାନ ଓ ଠାକୁରଙ୍କ ବେଶ ଘ. ୫.୦୦ ରୁ ଘ. ୦୯.୩୦ ମିନିଟ । ସକାଳ ଘ. ୦୯.୩୦ ମିନିଟ ରୁ ଘ. ୧୦.୩୦ ମିନିଟ ମଧ୍ୟେ ବାଲ୍ୟଭୋଗ ଓ ଆଳତୀ । ସକାଳ ଘ. ୧୦.୩୦ ମିନିଟ ରୁ ଅପରାହ୍ନ ଘ. ୩.୦୦ ମଧ୍ୟେ ସ୍ୱନକ୍ଷତ୍ର ପୂଜା ଓ ମନ୍ଦିର ଉପରେ ନେତ ବନ୍ଧା । ଅପରାହ୍ନ ଘ. ୧.୩୦ ମିନିଟରେ ପ୍ରସାଦ ସେବନ । ସଂଧ୍ୟା ଘ.୬.୦୦ ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଭଜନ ସନ୍ଧ୍ୟା ଅନୁଷ୍ଠିତ ହେବ ବୋଲି ମାନେଜିଂ ଟ୍ରଷ୍ଟି ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *