ଭୁବନେଶ୍ୱର,୧୩ /୯/୨୦୨୪ (ଓଡ଼ିଶା ସମାଚାର)-“ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘର” ଉପଦେଷ୍ଠା ସମ୍ବର୍ଦ୍ଧନା ଓ ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ପ୍ରାକ୍ ପ୍ରସ୍ତୁତି ବୈଠକ ଶୁକ୍ରବାର ଅନୁଷ୍ଟିତ ହୋଇଯାଇଛି ।
ମହାସଂଘ ରାଜ୍ୟ ସଭାପତି ରଞ୍ଜନ କୁମାର ମଲିକ ଙ୍କ ସଂଯୋଜନା ରେ ଅନୁଷ୍ଟିତ ଏହି ସଭାରେ ସଂଘ ର ମୁଖ୍ୟ ଉପଦ୍ଦେଷ୍ଠା ତଥା ରାଜ୍ୟ ବିଜେପି ଉପସଭାପତି ଗୋଲକ ଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ହୋମଗାର୍ଡ ଙ୍କ ନ୍ୟାଯ୍ୟ ଦାବି ମୋହନ ସରକାର ପାଳନ କରିବାକୁ ଚେଷ୍ଟା କରୁଛନ୍ତି ଓ ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ୨୪ ବର୍ଷ ର ସ୍ଥାଣୁ ସରକାର ରେ ଯାହା ନ ହେଇଥିଲା ଏବେ ବିଜେପି ତାହା ରାଜ୍ୟରେ କରି ଦେଖାଇବ , ଏହି ସରକାର ଲୋକ ଙ୍କ ସରକାର ବୋଲି ନିଜର ବକ୍ତବ୍ୟ ରେ କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଜେପି ଓବିସୀ ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ଵାଳ , ସାଧାରଣ ସମ୍ପାଦକ ଓବିଶି ମୋର୍ଚ୍ଚା ଇଁ ଜ୍ଞାନେନ୍ଦ୍ର ସ୍ବାଇଁ , ସାମ୍ବାଦିକ ଆଦିତ୍ୟ ମେକାପ , ସାମ୍ବାଦିକ ସୁରେଶ କର , ସାମାଜିକ କର୍ମୀ ନିତ୍ୟାନନ୍ଦ ମିଶ୍ର ପ୍ରମୁଖ ଯୋଗ ଦେଇ ଗୃହରକ୍ଷୀ ଙ୍କ ସମସ୍ତ ଦାବି ସରକାର ଯଥାଶୀଘ୍ର ପୁରଣ କରିବାକୁ ନିବେଦନ କରିଥିଲେ । ପରେ ପରେ ରାଜ୍ୟର ବିଭିନ୍ନ ସ୍ଥାନ ରୁ ଆସିଥିବା ହୋମଗାର୍ଡ ମାନେ ସେମାନଙ୍କ ସମସ୍ୟା ସମ୍ପର୍କରେ ଉପଦେଷ୍ଠା ମଣ୍ଡଳୀ କୁ ଅବଗତ କରାଇଥିଲେ । ଏହି କାର୍ୟ୍ୟକ୍ରମରେ ରେ ମହା ସଂଘ ରାଜ୍ୟ ସମ୍ପାଦକ ବିଚିତ୍ରା ନନ୍ଦ ବିଶ୍ଵାଳ , କୋଷାଧ୍ୟକ୍ଷ ଉମାକାନ୍ତ ରାଉତ ଓ ଅନ୍ୟ ପଦାଧିକାରୀ ସହଯୋଗ କରିଥିଲେ ।