ସିପିଆଇ ଇଣ୍ଡିଆମେଣ୍ଟରେ ରହିବ
ଜୁନାଗଡ଼, ୦୩/୦୧/୨୦୨ ୪ (ଓଡ଼ିଶା ସମାଚାର /ରାକେଶ ବେମାଲ) -କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ସହର ମୋନାର୍ଚ ପ୍ଲେସ ଠାରେ ସିପିଆଇ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ହୋଇଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ସିପିଆଇର ରାଜ୍ୟ ସମ୍ପାଦକ ଅଭୟ ସାହୁ, ଚିଟ୍ ଫଣ୍ଡର ଜମାକାରୀ ସଂଘ ଆବାହକ ଅଜୟ ଦାସ, ବରିଷ୍ଠ ନେତା ଦାମୋଦର ବେହେରା,ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ, ଜିଲ୍ଲା ସମ୍ପାଦକ ଅକ୍ଷୟ ମେହେର ପ୍ରମୁଖଙ୍କ ସମେତ ସିପିଆଇ କାର୍ୟ୍ୟକର୍ତ୍ତା ଉପସ୍ଥିତଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଭାଜପା ନେତୃତ୍ଵର କେନ୍ଦ୍ର ସରକାର ଓ ବିଜେଡି ନେତୃତ୍ଵ ରାଜ୍ୟ ସରକାରଙ୍କ ଜନ ବିରୋଧୀ ନୀତି ବିରୁଦ୍ଧରେ ବର୍ଷିଥିଲେ। ଜଳ,ଜମି,ଜଙ୍ଗଲକୁ ଶିଳ୍ପ ହାତରେ ଟେକି ଦେବା, ଦାଦନ ବେକାରୀ ଦରଦାମ ବୃଦ୍ଧି ଆଦି ପ୍ରସଙ୍ଗରେ ସରକାରଙ୍କୁ ବର୍ଷିଥିଲେ। ଆଗାମୀ ଦିନରେ ଭାଜପା ନେତୃତ୍ବାଧିନ ଓ ବିଜେଡ଼ି ନେତୃତା ଧୀନ ରାଜ୍ୟ ସରକାରକୁ ବିରୋଧ କରାଯିବ ସହ ସିପିଆଇ ଇଣ୍ଡିଆମେଣ୍ଟରେ ରହିବ ବୋଲି ପ୍ରକାଶ କରିଥିଲେ।