କଟକ ସଦର,୨୯/୦୬/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ବିଜେପି ଉରାଳି ମଣ୍ଡଳ ଡିଭାଇନ୍ ପ୍ୟାଲେସ୍ ଠାରେ ଆଜି ରବିବାର ନିର୍ଧାରିତ ମାସ ଶେଷ ୨୯ ତାରିଖ ରେ ଯଶସ୍ୱ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନପ୍ରିୟ ୧୨୩ ତମ ‘ମନ୍ କି ଵାତ୍’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏଥିରେ କଟକ ଲୋକସଭା ସାଂସଦ ଭର୍ତୃହରି ମହତାବ, କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର, କଟକ ନଗର ବିଜେପି ସଭାପତି ସୁକାନ୍ତ ବିଶ୍ୱାଳ ପ୍ରମୁଖ ଯୋଗ ଦେଇ ଦେଶର ସାମାଜିକ ବିବିଧତାକୁ ମଜବୁତ କରିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ୍ କି ଵାତ୍’କାର୍ଯ୍ୟକ୍ରମ ର ପ୍ରତ୍ୟୋକଟି ଅଧ୍ୟାୟ ସମସ୍ତ ଙ୍କୁ ପ୍ରେରଣା ଦେଉଥିବା ବେଳେ ସଦଭାବନା,ସେଵାଭାଵନା ଓ କର୍ତ୍ତବ୍ୟଭାଵନା ଦେଶର ପ୍ରଗତି ରେ ସହାୟକ ହେଉଛି ବୋଲି କହିଥିଲେ। ଆକାଶବାଣୀ ରେ ପ୍ରସାରିତ ‘ମନ୍ କି ଵାତ୍’ କାର୍ଯ୍ୟକ୍ରମ କୁ ସମସ୍ତେ ବଡ଼ ଟିଭି ପରଦାରେ ଦେଖିବାର ସୁଯୋଗ ପାଇଥିଲେ।