ଜୁନାଗଡ଼, ୦୩/୦୧/୨୦୨ ୪ (ଓଡ଼ିଶା ସମାଚାର /ରାକେଶ ବେମାଲ) ଜୁନାଗଡ ନିର୍ବାଚନ ମଣ୍ଡଳୀ ର ଚିଚେଗୁଡ଼ା ଧାନ ମଣ୍ଡିରେ ହୋଇଥିବା ବ୍ୟାପକ ଅନିୟମିତତା କୁ ନେଇ ଆଜି ଜୁନାଗଡ ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରତିନିଧି ମଣ୍ଡଳୀ ଜିଲ୍ଲା ଖାଦ୍ୟ ଯୋଗାଣ ଅଧିକାରୀ ଦୁର୍ନୀତି ନିବାରଣ ବିଭାଗ ଓ ଉପନିବନ୍ଧକ୍ କୁ ସାକ୍ଷାତ୍ କରି ଲିଖିତ ଅଭିଯୋଗ ପ୍ରଦାନ କରିଛି । ସୂଚନା ଯୋଗ୍ୟଯେ ଗତ ୨୬ ଡିସେମ୍ବର ୨୦୨୩ କଂଗ୍ରେସ ଦଳର ଏକ ରଜ୍ୟ ସ୍ତରିୟ ପ୍ରତିନିଧି ଦଳ ଚିଚେଗୁଡ଼କ୍ଷ ଧାନ ମଣ୍ଡି ପରିଦର୍ଶନ କରୁଥିବ। ସମୟରେ ଚାଷୀ ଙ୍କ ଅଭିଯୋଗ କ୍ରମେ ଦେଖିବାକୁ ମିଳିଥିବା ଓଜନ ମାପକ ଯନ୍ତ୍ର ଦ୍ୱ।ର। ଚାଷୀ ମାନଙ୍କୁ କୁଇଂଟାଲ ପିଛା ଛ କେଜି ରୁ ଉର୍ଦ୍ଧ ମେସିନ ଦ୍ୱାରା ଚଞ୍ଚକତା କରି ଚାଷୀଙ୍କୁ ଶୋଷଣ କରାଯାଉଅଛି । ଅଭିଯୋଗ କୁ ପ୍ରମାଣ କରିବା ପାଇଁ କଂଗ୍ରେସ ପ୍ରତିନିଧି ଦଳ ତୁରନ୍ତ ଓଜନ ମାପକ୍ ଯନ୍ତ୍ର କୁ ପରୀକ୍ଷା କରିଥିଲେ । ପରୀକ୍ଷା ସମୟରେ ଜଣାପଡି ଥିଲା ଯେ ଚାଷୀ ଙ୍କ ଠାରୁ କୁଇଂଟାଲ ପିଛା ଛ କେଜି ଧାନ ମେସିନ ଦ୍ଵାରା ଠକେଇ କରି ନେଉଛନ୍ତି । ଏହି ବିଷୟରେ ସ୍ଥାନୀୟ ତହସିଲଦାର ଉପ ଜିଲ୍ଲାପାଳ ଙ୍କୁ ଜଣେଇଲାପରେ ମଣ୍ଡିକୁ ଆସି ଓଜନ ମାପକ ଯନ୍ତ୍ର କୁ ଜବତ କରିଥିଲେ । ଏନେଇ ଆଜି ଭିଜିଲାନ୍ସ ଅଫିସ ରେ ଏକ ମାମଲା ରୁଜୁ କରାଯାଇଛି । ଯଦି ଚାଷୀ ଶୋଷଣ ବନ୍ଦ ନ ହୁଏ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ ହେବ ବୋଲି କଂଗ୍ରେସ ନେତା ସାଉଲ ମଙ୍ଗରାଜ, ପ୍ରଭାତ ଦାସ, ଚିତ୍ତ ରଞ୍ଜନ ନିଆଲ ପ୍ରମୁଖ ଜଣାଇଛନ୍ତି ।
