ଧର୍ମପରାୟଣ ମହିଳା ଙ୍କ ପରଲୋକ

ପାଟକୁରା, ୦୨/୦୧/୨୦୨୪ (ଓଡ଼ିଶା ସମାଚାର)- ପାଟକୁରା ଥାନା ଅନ୍ତର୍ଗତ ପିକିରାଳୀ ଗ୍ରାମର ଅବସରପ୍ରାପ୍ତ ଡାକ୍ତର ବିଷ୍ଣୁ ଚରଣ ପ୍ରଧାନ ଙ୍କ ମା କ୍ଷୀରମଣି ପ୍ରଧାନ (୮୩) ଙ୍କ ପରଲୋକ ଘଟିଛି । ସେ ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପିଡ଼ିତ ଥିଲେ । କିଛି ଦିନ ହେବ ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ କଟକର ଏକ ଘରୋଇ ହସପିଟାଲରେ ଭର୍ତିକରାଯାଇ ଚିକିତ୍ସା କରାଯାଉଥିଲା । ଚିକିତ୍ସିତ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଛି । ତାଙ୍କ ବିୟୋଗରେ ପିକରାଳୀ ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ସ୍ୱର୍ଗତା କ୍ଷୀରମଣୀ ଜଣେ ଧର୍ମପରାୟଣା ଓ ପରୋପକାରୀ ମହିଳା ଥିଲେ । ତାଙ୍କ ମୃତୁ୍ୟଶଯ୍ୟା ନିକଟରେ ସ୍ୱାମୀ ବୈରାଗୀ ପ୍ରଧାନ, ୫ ପୁଅ , ୪ ବୋହୁ ,୨ ଝିଅ , ଜ୍ୱାଇଁ ,ନାତିନାତୁଣୀ ଉପସ୍ଥିତ ଥିଲେ । ତାଙ୍କ ମରଶରୀରକୁ ପୁରୀ ନିଆଯାଇ ସ୍ୱର୍ଗଦ୍ୱାର ରେ ଦାହ କରା ଯାଇଛି । ତାଙ୍କ ବଡ ପୁଅ ଡାକ୍ତର ବିଷ୍ଣୁଚରଣ ପ୍ରଧାନ ମୁଖାଗ୍ନି ଦେଇଥିଲେ ।

Leave a Reply

Your email address will not be published. Required fields are marked *