(ଯୋଗଦେଲେ ପୁରୀ ସାଂସଦ ଏବଂ ନୟାଗଡ ରାଣୀ ମା’)
ଓଡ଼ଗାଁ, ୩୦/୦୪/୨୦୨୫ (ଓଡ଼ିଶା ସମାଚାର)- ମନ୍ଦିରମାଳିନୀ ଗାଁଭାବେ ପରିଚିତ ଓଡ଼ଗାଁ ବ୍ଲକ ଅନ୍ତର୍ଗତ କୁରାଳ ବେଙ୍ଗେଇସାହିରେ ବୁଧବାର ଦିନ ମହାବୀର ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ହେବାକୁ ଥିବାବେଳେ ମଙ୍ଗଳବାର ଗ୍ରାମର ମହିଳା ମାନଙ୍କ ଦ୍ଵାରା ବିରାଟ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।ନିକଟସ୍ଥ କୁସୁମୀ ନଦୀ ପୀଠରୁ ମହିଳାମାନେ ଜଳସଂଗ୍ରହ କରି ବିରାଟ ଶୋଭାଯାତ୍ରାରେ ଯାଇଥିବାବେଳେ ହରିବୋଲ ହୁଳହୁଳି ଶବ୍ଦରେ ପୁରାଗାଆଁ ପ୍ରକମ୍ପିତ ହୋଇଥିଲା।
ଉକ୍ତ ସାମୁହିକ ଉତ୍ସବରେ ପୁରୀ ଲୋକସଭା ସାଂସଦ ଡ.ସମ୍ବିତ ପାତ୍ର ଏଵଂ ନୟାଗଡ ରାଣୀ ମା” ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ଯୋଗଦେଇ ଆୟୋଜକଙ୍କୁ ଉତ୍ସାହିତ କରିଥିବାବେଳେ ଗ୍ରାମବାସୀଙ୍କ ପକ୍ଷରୁ ମଧ୍ୟ ଡ.ପାତ୍ର ଓ ରାଣିମା”ଙ୍କୁ ବାଜାବାଣ ମାଧ୍ୟମରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।ତେବେ ମହାବୀର ହନୁମାନଙ୍କ ମନ୍ଦିର ପରିବେଶର ଉନ୍ନତି କରଣ ନିମନ୍ତେ ଉଭୟେ ପ୍ରତିଶ୍ରୁତି ଦେଇଥିଲେ।
ବୁଧବାର ମହାବୀର ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ସହିତ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହେବ । ଏବଂ ଗୁରୁବାର ଦିନ ନାଟକ ହନୁମାନ ଜନ୍ମ ମଞ୍ଚସ୍ଥ ହେବ। ପ୍ରତ୍ୟେହ ସାମୁହିକ ପ୍ରସାଦ ସେବନର ଆୟୋଜନ କରାଯାଇଥିବା ବେଳେ କାର୍ଯ୍ୟକ୍ରମକୁ ବେଙ୍ଗେଇସାହିର ଯୁବଗୋଷ୍ଠୀ ପରିଚାଳନା କରିଥିବା ଜଣାପଡିଛି।
