କଦମପାଳ ରେ ଅକ୍ଷୟ ତୃତୀୟା ଅନୁଷ୍ଟିତ।

ଯାଜପୁର, ୧୦/୦୫/୨୦୨୪ (ଓଡ଼ିଶା ସମାଚାର)- ଏହି ଜିଲ୍ଲା ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ କଦମପାଳ ଗ୍ରାମ ରେ ଅକ୍ଷୟ ତୃତୀୟା ପାଳନ ହେଉଅଛି ।ଏହି  ଦିନ ସକାଳୁ ସକାଳୁ ଚାଷୀ ଭାଇ ମାନେ ସ୍ନାନ ସାରି ନୂତନ ବସ୍ତ୍ର ପରିଧାନ କରି ନୂତନ ଗଉଣି କିମ୍ବା ଵେତୁଲି  ରେ ଚିତା ଚନ୍ଦନ ଲଗାଇ ଧଳାଧାନ, ଧୂପ ଦୀପ ଗୁଆ, କଦଳୀ ନଡ଼ିଆ କ୍ଷୀର ଫୁଲ ରଖି ନୂତନ କପଡା ବାନ୍ଧି ଚାଷୀ ଭାଇ ତାର ବାମ କାନ୍ଧ ରେ ରଖି ଅଖି ମୁଠି ନେଇ ଧାନ ଅନୁକୂଳ କରିବା ପାଇଁ ବିଲକୁ ଯାଇଥାଏ  ।

ସେଇ ସମୟରେ ହୁଳହୁଳି ଓ ଶଙ୍ଖ ବାଜିଥାଏ, ଏବଂ ବିଲ ର ଐଶ୍ୟାନ୍ୟ କୋଣ ରେ ମା ଲକ୍ଷ୍ମୀ କୁ ସ୍ମରଣ କରି ଧାନ ଅନୁକୂଳ କରିଥାଏ  ଏବଂ ଗୁଆ କୁ ମାଟି ରେ ପୋତି ଧୂପ ଦୀପ ଓ ନୌବେଦ୍ୟ  ଦେଇ  ଧରଣୀ ମା ଙ୍କୁ ପୂଜା ଅର୍ଚ୍ଚନା କରିବା ସହିତ ଭଲ ଫସଲ ଅମଳ ପାଇଁ ଧରଣୀ ମା ଙ୍କୁ ଗୁହାରୀ କରିଥାଏ ।   ଘରେ ଘରେ ଝୋଟି ଚିତା ମଧ୍ୟ ପକାଯାଇଥାଏ, ଏବଂ ଗ୍ରାମ ମଧ୍ୟ ରେ ଥିବା ଲକ୍ଷ୍ମୀନାରାୟଣ ମଣ୍ଡପ ଠାରେ ମାଟି ରେ ଲକ୍ଷ୍ମନାରାୟଣ ମୃତ୍ତି ନିର୍ମାଣ କରି ତିନି ଦିନ ପର୍ଯ୍ୟନ୍ତ ପୂଜାର୍ଚ୍ଚନା କରାଯାଇଥାଏ ।

ପାରମ୍ପରିକ ଭାବେ ପରମ ଆରାଧ୍ୟ ଇଷ୍ଟ ଦେବ ଠାକୁର ଶ୍ରୀ ଶ୍ରୀ ଲକ୍ଷ୍ମନାରାୟଣଙ୍କ ର ପୂଜା ଅର୍ଚ୍ଚନା ଯଥା ବିଧି ପୂର୍ବକ ମହାସମାରୋହରେ ଅନୁଷ୍ଠିତ ହୋଇଥାଏ ।

  କଳସାଧିବାସ . ଷୋଡ଼ଶ ଉପଚାର ପୂଜା ସନ୍ଧ୍ୟା ଆରତୀ . ପ୍ରଭାତେ ବିଷ୍ଣୁ ସହସ୍ରନାମ ପାଠ , ବିଶ୍ୱ ଶାନ୍ତି ନିମନ୍ତେ  ହୋମ କାର୍ଯ୍ୟ ଏବଂ ସାଂସ୍କୃତିକ  କାର୍ଯ୍ୟକ୍ରମ ଯଥା – ପ୍ରାର୍ଥନା ଚ୍ୟାନେଲ ର  ପ୍ରବଚକ ବିରେନ୍ଦ୍ର କୁମାର ପଣ୍ଡା ଙ୍କ ଦ୍ୱାରା ପ୍ରବଚନ କାର୍ଯ୍ୟକ୍ରମ  ଏବଂ କଦମ ପାଳ ଗ୍ରାମ ର ଲକ୍ଷ୍ମନାରାୟଣ ଡ୍ରାମାଟିକ କ୍ଲବ୍ ଦ୍ୱାରା ୭୫ ବର୍ଷ ତାର ହୀରକ ଜୟନ୍ତୀ ପବିତ୍ର ଅକ୍ଷୟ ତୃତୀୟା  ଶୁଭ ଅବସର  ଲକ୍ଷ୍ମନାରାୟଣ ଡ୍ରାମାଟିକ କ୍ଲବ୍ ର କଳାକାର ମାନକ ଦ୍ୱାରା  ଦୁଇଗୋଟି ସାମାଜିକ ନାଟକ  ଏତେ ଦୁଃଖ କାହିଁ ଦେଲୁ ଦଇବ ଓ ଗୁପ୍ତ ସମ୍ପର୍କ ପରିବେଷଣ କରାଯିବ । ଗ୍ରାମ ର ବିଶିଷ୍ଟ ଶିକ୍ଷବିତ୍ ଇଞ୍ଜିନିୟର ସୂର୍ଯ୍ୟକାନ୍ତ ଜେନା ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଲକ୍ଷ୍ମୀନାରାୟଣ ଗୋଲା ଜାତି ପାଇଁ ବଡ ପର୍ବ ହୋଇଥିବାରୁ  କଦମ ପାଳ ଗ୍ରାମ ରେ ବେଶ୍ ଧୁମ୍ ଧାମରେ ପାଳନ କରାଯାଏ ।

Leave a Reply

Your email address will not be published. Required fields are marked *