ଭୁବନ ୨୦/୦୧/୨୦୨୫ (ଓଡ଼ିଶା ସମାଚାର)-ଭୁବନ ଏନ୍ ଏ ସି ରେ ଚଳିତ ବର୍ଷ ଧାନ ମଣ୍ଡି ଉଦଘାଟନ ହୋଇଯାଇଛି । ଭୁବନ ସେବା ସମବାୟ ସମିତି ତରଫରୁ ଶ୍ରୀରାମ ମନ୍ଦିର ପରିସରରେ ଆୟୋଜିତ ଧାନ ମଣ୍ଡି କୁ କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇ ନଡ଼ିଆ ଭାଙ୍ଗି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଏ ଆର ସି ଏସ ଶରତ ଚନ୍ଦ୍ର ପାଣିଗ୍ରାହୀ,ସମବାୟ ସମିତି ସଭାପତି ଶଙ୍କର୍ଷଣ ପୃଷ୍ଟି,ସମ୍ପାଦକ ବିଜୟ କୁମାର ପାତ୍ର,କର୍ମଚାରୀ ପ୍ରତାପ କୁମାର ଦାସ,ଟୁକୁନା ପୃଷ୍ଟି ଏବଂ ଚାଷୀ ମାନେ ଉପସ୍ଥିତ ଥିଲେ । ଚଳିତବର୍ଷ ସମବାୟ ସମିତି ରେ ୯୬୪ ଜଣ ଚାଷୀ ପଞ୍ଜୀକରଣ କରିଥିବା ବେଳେ ୨୪ ହଜାର କ୍ୱିଣ୍ଟାଲ ଧାନ କିଣିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଆଜି ପ୍ରଥମ ଦିନରେ ୧୬ ଜଣ ଚାଷୀ ଙ୍କ ଠାରୁ ୩୩୭.୮୫ କ୍ୱିଣ୍ଟାଲ ଧାନ କିଣାଯାଇଛି । ଭୁବନ ସେବା ସମବାୟ ସମିତି ରୁ ଧାନ କିଣିବା ପାଇଁ ସରସ୍ଵତୀ ରାଇସ ମିଲ , ଶାରଳା ରାଇସ ମିଲ ଓ ତ୍ରିଶକ୍ତି ଆଗ୍ରୋ ମିଲର ଦାୟିତ୍ଵ ନେଇଥିବା ବେଳେ ଚଳିତ ବର୍ଷ ବିନା କଟନି ଛଟନି ରେ ଚାଷୀ ମାନେ ଯେପରି ସୁରୁଖୁରୁରେ ଧାନ ଦେଇପାରିବେ ସେଥିପ୍ରତି ଗୁରୁତ୍ବ ଦିଆଯାଉଛି ବୋଲି ସମ୍ପାଦକ ବିଜୟ କୁମାର ପାତ୍ର ସୂଚନା ଦେଇଛନ୍ତି ।
ଭୁବନରେ ଧାନମଣ୍ଡି ଉଦଘାଟିତ
