ଯଶପଡା ପାଇକା ତଟରେ ମନୋରମ ଚୈତ୍ର ମହୋତ୍ସବ 

କଟକ ସଦର, ୦୨/୦୫/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଯଶପଡା ପାଇକା ତଟରେ ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀଙ୍କ ତତ୍ତ୍ୱାବଧାନରେ ଆଜି ଶୁକ୍ରବାର ଠାରୁ ତିନି ଦିନିଆ ମନୋରମ ଚୈତ୍ର ମହୋତ୍ସବ ଉଦଘାଟିତ ହୋଇଯାଇଛି। ଏହାକୁ ବିଧାୟକ ଇଂ ସେଠୀ ଙ୍କ ସହିତ ଚଳଚିତ୍ର ଜଗତର ସୁପର ଷ୍ଟାର ତଥା ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର  ଉଦଘାଟନ କରିଥିଲେ।

ଏଥିରେ ସମ୍ମାନିତ ଅତିଥି ଭାବେ କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ, ସମାଜସେବୀକା ଡେଜି ସେଠୀ ପ୍ରମୁଖ ଯୋଗ ଦେଇଥିଲେ। ପ୍ରତ୍ୟେକ ସଂଧ୍ୟାରେ ସ୍ୱନାମଧନ୍ୟ କଳାକାର ଓ କଣ୍ଠଶିଳ୍ପୀ ମାନଙ୍କୁ ନେଇ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବା ବେଳେ ବହୁ ରାଜନେତା ଓ ମନ୍ତ୍ରୀ ମାନେ ଯୋଗଦେବା ର କାର୍ଯ୍ୟକ୍ରମ ରହିଛି।

ଏଠାରେ ଆକର୍ଷଣୀୟ ମୀନା ଵଜାରର ମଜା ନେଉଛନ୍ତି ସ୍ଥାନୀୟ ଅଞ୍ଚଳର ଲୋକେ। ଚୈତ୍ର ମହୋତ୍ସବ ପରିଚାଳନାରେ ଯୁବ ସମାଜସେବୀ ଅନନ୍ତ କୁମାର ନାଥଙ୍କ ସମେତ ମନୋଜ ଭୋଇ,ମାନସ ବେହେରା,କୁନା ବାରିକ୍, ବସନ୍ତ ଭୋଇ,ରଵିନ୍ଦ୍ର ବେହେରା, ରବିନ୍ଦ୍ର ସାମଲ,ଟୁକୁ ନାଥ, ବାପୁନି ମହାନ୍ତି, ଜଗବନ୍ଧୁ ସାମଲ ପ୍ରମୁଖ ସହାୟତା କରୁଛନ୍ତି। ଆଗକୁ କିଶନନଗର ଠାରେ ରଜ ମହୋତ୍ସବ ଧୁମଧାମରେ ମହାସମାରୋହରେ ଅନୁଷ୍ଠିତ ହେବ ବୋଲି ଆୟୋଜକ ମାନଙ୍କ ପକ୍ଷରୁ ଜଣାପଡିଛି।

Leave a Reply

Your email address will not be published. Required fields are marked *