ମହାନଦୀରେ ବୁଡି ଯୁବକ ମୃତ

କଟକ ସଦର ,୦୨/୦୫/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କିଶନନଗର ଥାନା ତଥା ମାହାଳହାଟ ଫାଣ୍ଡି ଅନ୍ତର୍ଗତ ଉତ୍ତରକୁଳ ପଞ୍ଚାୟତ ମହାନଦୀର ପିଁପୁର ଘାଟରେ ଜଣେ ଯୁଵକ ବୁଡିଯାଇଥିବା ଜଣାପଡିଛି। ନିଖୋଜ ଯୁବକଙ୍କୁ ଖୋଜାଖୋଜି କରିବାରେ ରଘୁନାଥପୁର ଅଗ୍ନିଶମ ବାହିନୀର କର୍ମଚାରୀମାନେ ଲାଗିପଡିଛନ୍ତି।

ପ୍ରକାଶ ଯେ ଆଜି ଶୁକ୍ରବାର ମଧ୍ୟାହ୍ନରେ ଜଗତସିଂହପୁର ଟାଉନ୍ ଅଞ୍ଚଳର ୮ ଜଣ ୧୮/୧୯ ବର୍ଷରୁ କମ୍ ଵୟସର ପିଲା ବାଇକ୍ ଯୋଗେ ତାରାପୁର ଦେଇ ମହାନଦୀର ପିଁପୁର ଘାଟକୁ ଯାଇଥିବା ଜଣାପଡିଛି। ସେଠାରେ ନଦୀକୁ ଗାଧୋଇବାକୁ କିମ୍ଵା ଅନ୍ୟ କୈ। ଣସି କାରଣ ପାଇଁ ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ତିନିଜଣ ବୁଡି ଯାଇଥିଲେ। ଖଵର ପାଇ ଦମକଳ ବାହିନୀ ପହଞ୍ଚି ଦୁଇଜଣଙ୍କୁ ଉଦ୍ଧାର କରିଥିବା ବେଳେ ରିପୋର୍ଟ ଲେଖା ହେବା ପର୍ୟ୍ୟନ୍ତ ଜଣଙ୍କର ପତ୍ତା ମିଳିନାହିଁ। ସୂଚନାଯୋଗ୍ୟ ଯେ ଏମାନେ ଜଗତସିଂହପୁର ଟାଉନ୍ ରୁ ଏତେ ବାଟ ଏଠାକୁ କାହିଁକି ଆସିଥିଲେ ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସର୍ବଶେଷ ଖଵର ଅନୁଯାୟୀ ନିଖୋଜ ବୁଡ଼ିବାର ୬ ଘଣ୍ଟା ପରେ ସ୍ଥାନୀୟ ଲୋକେ ଜାଲ ପକାଇ ଯୁବକଙ୍କ ମୃତ ଦେହ ପାଣିରୁ ଉଦ୍ଧାର କରିଥିଲେ । ମୃତ ଯୁବକକ ଜଣଙ୍କ ଜଗତସିଂହପୁର ଶ୍ୟାମା ଦୋକାନ ଛକ ସାଂପୁର ଗ୍ରାମର ୧୯ ବର୍ଷ ଵୟସ ଅମିତ୍ ମଲ୍ଲିକ ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *