ଜାତି ଭିତିକ ଜନଗଣନା ପ୍ରସଙ୍ଗ : ରାହୁଲଗାନ୍ଧୀଙ୍କ ପାଇଁ ବିଜୟ ଉତ୍ସବ ପାଳିଲା ଜିଲା କଂଗ୍ରେସ

କେନ୍ଦ୍ରାପଡ଼ା,୦୨/୦୫/୨୦୨୫(ଓଡ଼ିଶା ସମାଚାର)- ସଂସଦରେ ଜାତି ଭିତିକ ଜନଗଣନା ପାଇଁ କଂଗ୍ରେସ ସାଂସଦ ତଥା ବିରୋଧୀଦଳନେତା ରାହୁଲ ଗାନ୍ଧୀ ଯେଉଁ ଦାବି କରିଥିଲେ ତାହା ପୁରଣ ହୋଇଥିବାରୁ କେନ୍ଦ୍ରାପଡା ଜିଲା କଂଗ୍ରେସ ପକ୍ଷରୁ ଶୁକ୍ରବାର ଅପରାହ୍ନରେ ବିଜୟ ଦିବସ ପାଳନ କରାଯାଇଛି । ସହରର କଜଳାସ୍ଥିତ ଜିଲା କଂଗ୍ରେସ ଭବନରେ ଜିଲା କଂଗ୍ରେସ ସଂଯୋଜକ ପ୍ରଫୁଲ୍ଲ କୁମାର ଦାସଙ୍କ ନେତୃତ୍ୱରେ ଆୟୋଜିତ ଏହି ଉତ୍ସବରେ କଂଗ୍ରେସ ନେତାମାନେ କହିଲେ ଜାତି ଭିତିକ ଜନଗଣନା ହେବା ଦ୍ୱାରା ଦେଶର ସମସ୍ତ ନାଗରିକ ଉଚିତ ନ୍ୟାୟ ପାଇପାରିବେ ।

ଏହାଦ୍ୱାରା ଜାତି ଭିତିକ ଜାଲିଆତି ରୋକାଯାଇ ପାରିବ । ଫଳରେ ଜାଲିଆତି କରି ସରକାରୀ ଚାକିରି ହାତେଇବା ଏଣିକି ଆଉ ସହଜ ହେବ ନାହିଁ । ଫଳରେ ଜାତି ଭିତିରେ ଚାକିରି ଆଶାୟୀ ଯୁବକ ଓ ଯୁବତୀମାନେ ନ୍ୟାୟ ପାଇପାରିବେ । ଜାତି ଭିତିିକ ଜନଗଣନା ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସଂସଦରେ ବହୁ ବାର ଦାବି କରିଥିଲେ । ଏହି ଦାବି ନ୍ୟାଯ୍ୟ ଦାବି ଥିଲା । ତେଣୁ କେନ୍ଦ୍ର ସରକାର ଏହି ନ୍ୟାଯ୍ୟ ଦାବିକୁ ଅଗ୍ରାଧିକାର ଦେଇ ଦେଶରେ ଜାତି ଭିତିକ ଜନଗଣନା ହେବ ବୋଲି ନିଷ୍ପତି ନେଇଛନ୍ତି ବୋଲି କଂଗ୍ରେସ ନେତାମାନେ କହିଛନ୍ତି ।

ସାରାରାଜ୍ୟରେ ବିଜୟ ଦିବସ ପାଳନ କରିବା ପାଇଁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ନିର୍ଦେଶ ଦେଇଥିବା କଂଗ୍ରେସ ନେତାମାନେ କହିଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ପୂର୍ବତନ ବିଧାୟିକା ଡ. ସିପ୍ରା ମଲ୍ଲିକ, ବରିଷ୍ଠ କଂଗ୍ରେସ ନେତା ପ୍ରଦିପ କୁମାର ମହାନ୍ତି, ପାଟକୁରା କଂଗ୍ରେସ

ନେତା ରତିକାନ୍ତ କାନୁନଗୋ, ମହାକାଳପଡାର ବିଭ୍ରାଂଶୁଶେଖର ଲେଙ୍କା, ଫକୀର ଚରଣ ଖଟୁଆ, ନଳିନୀବିହାରୀ ମହାନ୍ତି, ଭାଗିରଥୀ ଜେନା, ବିଧୁଭୂଷଣ ମହାପାତ୍ର, ଉମେଶ ତ୍ରିପାଠୀ, ନିରଞ୍ଜନ ରାଉତ, ଅଶୋକ ମୋହନ ଜେନା, ରବିନ ସିଂ, ଜୟଦେବ ପରିଡା, ରଶ୍ମୀରଞ୍ଜନ ଚୌଧୁରୀ, ଉମେଶ ପାଢୀ, ନିରଞ୍ଜନ ସାହୁ, ରବିନାରାୟଣ ବେହେରା, ସତ୍ୟପ୍ରିୟ ସାମଲ, ଗୋପାଳ ସ୍ୱାଇଁ, ଆଶିଷ ଲେଙ୍କା, ଜ୍ୟୋତିରଞ୍ଜନ ପରିଡା, ମାନଗୋବିନ୍ଦ ଦାସ, ରତିକାନ୍ତ ବେହୁରା, ରାଜୀବଲୋଚନ ମିଶ୍ର, ହରିଶ ପଟ୍ଟନାୟକ, ରାକେଶ ଦାସ, ଗୋଲେଖ ସ୍ୱାଇଁ ପ୍ରମୁଖ ନେତା ଓ କର୍ମୀମାନେ ସାମିଲହୋଇ ବାଜା ବଜାଇ, ବାଣ ଫୁଟାଇ ପରଷ୍ପରକୁ ମିଠା ଖୁଆଇ ବିଜୟ ଉତ୍ସବ ପାଳନ କରିଥିଲେ ।

Leave a Reply

Your email address will not be published. Required fields are marked *