ବିଜେଡି ବ୍ଲକ କମିଟି ଓ ପର୍ଯ୍ୟବେକ୍ଷକ ମାନଙ୍କ ବୈଠକ ଅନୁଷ୍ଠିତ

ନିମାପଡ଼ା, ୦୨/୦୧/୨୦୨ ୪ (ଓଡ଼ିଶା ସମାଚାର)- ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ନିମାପଡ଼ା ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ପ୍ରସ୍ତୁତିକୁ ଜୋରଦାର କରିଛି ।ଏହି ପରିପେକ୍ଷୀରେ ଆଜି ଅପରାହ୍ନରେ ବ୍ଲକ ଅଧ୍ୟକ୍ଷଙ୍କ ସରକାରୀ ବାସଭନରେ ଦଳର ବ୍ଲକ କମିଟି ଓ ପର୍ଯ୍ୟବେକ୍ଷକ ମାନଙ୍କ ବୈଠକ ବ୍ଲକ ସଭାପତି ଅଶୋକ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ବିଧାୟକ ସମୀର ରଞ୍ଜନ ଦାଶଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ବୈଠକରେ ୧୦୦ରୁ ଉର୍ଦ୍ଧ୍ଵ କର୍ମୀ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ, ନଗର ସଭାପତି ଜୀବନାନନ୍ଦ ମହାପାତ୍ର,ଜିଲ୍ଲାପରିଷଦ ସଦସ୍ୟ ପ୍ରଦୀପ୍ତ ଖଟୋଇ ଓ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଅଜୟ କୁମାର ସ୍ୱାଇଁ ଚତୁର୍ଥ ଥର ପାଇଁ ଏଠାରେ ବିଜେଡିକୁ ଜିତାଇବା ସହିତ ଷଷ୍ଠଥର ନିମନ୍ତେ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଉପସ୍ଥିତ କର୍ମକର୍ତା ମାନଙ୍କୁ ପରାମର୍ଶ ଦେଇଥିଲେ । ଆଜିଠାରୁ ଦଳୀୟ କର୍ମୀମାନେ ଉପଯୁକ୍ତ ସମନ୍ନୟ ରଖି କାର୍ଯ୍ୟ କଲେ ପୁନର୍ବାର ନିମାପଡାରେ ଶଙ୍ଖ ବାଜିବ ନବୀନ ପଟ୍ଟନାୟକ ୬ଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ବିଧାୟକ ସମୀର ଦାଶ ।

Leave a Reply

Your email address will not be published. Required fields are marked *