ଅରବିନ୍ଦ କେଜରିୱାଲଙ୍କୁ ମିଥ୍ୟା ଅଭିଯୋଗରେ ଗିରଫ କରିଥିବା ଏବଂ ଅଭିଯୋଗକାରୀଠାରୁ ଚାନ୍ଦା ଆଦାୟ କରିଥିବା ଭାରତୀୟ ଜନତା ପାର୍ଟି ବିରୁଦ୍ଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ପାଇଁ ଦାବି ।

ଖୋର୍ଦ୍ଧା, ୨୪/୦୩/୨୦୨୪ (ଓଡ଼ିଶା ସମାଚାର)- ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଭାପତି ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ମିଥ୍ୟା ଅଭିଯୋଗରେ ଗିରଫ କରାଯିବା ସମ୍ବନ୍ଧରେ ସାଂଘାତିକ ତଥ୍ୟ ପଦାକୁ ଆସିଛି । ଏହି ତଥ୍ୟରୁ ଭାରତୀୟ ଜନତା ପାର୍ଟି ହିଁ ପ୍ରକୃତ ଅପରାଧୀ ଏବଂ ଚକ୍ରାନ୍ତ କରି କେଜରିୱାଲଙ୍କୁ ଜେଲ ପଠାଇଥିବା ପ୍ରମାଣିତ ହେଉଛି।କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଇଡିର ଅଭିଯୋଗ ହେଉଛି ପି ସରଥ ଚନ୍ଦ୍ର ରେଡ୍ଡୀ ନାମକ ମଦ ବେପାରୀ ଅରବିନ୍ଦ କେଜରିୱାଲଙ୍କୁ ଦିଲ୍ଲୀରେ ମଦ ଠିକା ପାଇବା ପାଇଁ ୧୦୦ କୋଟି ଟଙ୍କା ଲାଞ୍ଚ ଦେଇଛନ୍ତି । କେବଳ ତାଙ୍କର ବକ୍ତବ୍ୟ ଆଧାରରେ କେଜରିୱାଲଙ୍କୁ ଗିରଫ କରାଯାଇଛି। ମାତ୍ର ସୁପ୍ରିମ କୋର୍ଟର ନିର୍ଦେଶ ପରେ ସାର୍ବଜନୀନ ହୋଇଥିବା ଇଲେକ୍ଟ୍ରୋରାଲ ବଣ୍ଡ ତଥ୍ୟରୁ ଅତି ସାଂଘାତିକ କଥା ଜଣାପଡିଛି । ପି ସରଥ ଚନ୍ଦ୍ର ରେଡ୍ଡୀ କେବଳ ଜଣେ ମଦ ବେପାରୀ ନୁହନ୍ତି । ସେ ଅରବିନ୍ଦୋ ଫାର୍ମା ନାମକ ଏକ ବଡ ଔଷଧ କମ୍ପାନୀର ମାଲିକ ଅଟନ୍ତି । ତାଙ୍କର ଅନ୍ୟ କିଛି କମ୍ପାନୀ ମଧ୍ୟ ଅଛି । ସରଥ ଚନ୍ଦ୍ର ରେଡ୍ଡୀଙ୍କୁ ଇଡି ମଦ ଘୋଟଲାର ମୁଖ୍ୟ ପୁରୋଧା କହି ଗିରଫ କଲା । ତାଙ୍କୁ ଜେରା କଲାବେଳେ ସେ ଅରବିନ୍ଦ କେଜରିୱାଲଙ୍କୁ ଚିହ୍ନି ନାହାନ୍ତି ଏବଂ କୌଣସି ଟଙ୍କା ଦେଇନାହାନ୍ତି ବୋଲି କହିଲେ । ତେଣୁ ଇଡି ତାଙ୍କର ବେଲ୍ ର ବିରୋଧ କଲା ଏବଂ ଲମ୍ବା ସମୟ ଜେଲରେ ରଖିଲା । ମାତ୍ର ବର୍ତମାନ ଇଲେକ୍ଟ୍ରୋରାଲ ବଣ୍ଡ ତଥ୍ୟରୁ ଜଣା ପଡିଛି ଯେ ପି ସରଥ ଚନ୍ଦ୍ର ରେଡ୍ଡୀଙ୍କୁ ଇଡି ମାଧ୍ୟମରେ ଭୟଭୀତ କରି ଭାରତୀୟ ଜନତା ପାର୍ଟି ତାଙ୍କର ବିଭିନ୍ନ କମ୍ପାନୀରୁ ପ୍ରାୟ ୫୯.୫ କୋଟି ଟଙ୍କା ଚାନ୍ଦା ନେଇଛି । ସେ ଜେଲରେ ଥିବାବେଳେ କିଛି ଚାନ୍ଦା ଦେଇଛନ୍ତି । ପରବର୍ତ୍ତୀ ସମୟରେ ଅରବିନ୍ଦ କେଜରିୱାଲଙ୍କ ବିରୁଦ୍ଧରେ ଅଭିଯୋଗ କରିବାକୁ ରାଜି ହେବାରୁ ଇଡ଼ି ତାଙ୍କର ବେଲ କୁ ବିରୋଧ କରିନଥିଲା ଏବଂ ତାଙ୍କୁ ରାଜସାକ୍ଷୀ କରି ମାମଲାରୁ ମୁକ୍ତି ଦେଇଥିଲା । ଜେଲରୁ ବାହାରିବା ପରେ ସେ ପୁଣି ଭାରତୀୟ ଜନତା ପାର୍ଟିକୁ ପ୍ରାୟ ୫୦ କୋଟି ଟଙ୍କା ଚାନ୍ଦା ଦେଇଛନ୍ତି ।ଏଥିରୁ ଜଣାପଡୁଛି ଚାପ ପକେଇ, ଡ଼ରେଇ ଧମକେଇ ଇଡି ମାଧ୍ୟମରେ ବିଜେପି କେବଳ ଚାନ୍ଦା ଆଦାୟ କରିନାହିଁ, ଅରବିନ୍ଦ କେଜରିୱାଲଙ୍କ ବିରୁଦ୍ଧରେ ମିଥ୍ୟା ବକ୍ତବ୍ୟ ମଧ୍ୟ ଆଦାୟ କରିଛି । ତେଣୁ ଆମ୍ ଆଦମୀ ପାର୍ଟି ବିଜେପି ବିରୁଦ୍ଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ପାଇଁ ଦାବି କରୁଛି ।ଆଜିର ପ୍ରେସ ମିଟ୍ କୁ ସମ୍ବୋଧିତ କରିଥିଲେ ଜିଲ୍ଲା ସଭାପତି ଶ୍ରୀ ଯୁକ୍ତ ଶୁଭାଶିଷ ସ୍ବାଇଁ, ଜିଲ୍ଲା ସାଧାରଣ ସମ୍ପାଦକ ସୁନିଲ କୁମାର ଷଡ଼ଙ୍ଗୀ ଏବଂ ବେଗୁନିଆ ବିଧାନସଭା ସଭାପତି କଳ୍ପତରୁ ପଣ୍ଡା।

Leave a Reply

Your email address will not be published. Required fields are marked *